ଜେନାପୁର: ଯାଗ ହିଁ ନିରୋଗ ରହିବାର ଏକମାତ୍ର ଉପାୟ

Spread the love

ଯାଜପୁର, ୧୭/୨ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ)  ବ୍ୟସ୍ତବହୁଳ ଜୀବନରେ ମଣିଷ ପାଇଁ ଯୋଗ ଏକାନ୍ତ ଆବଶ୍ୟକ । ଯୋଗ ହିଁଁ ଉଭୟ ମନ ଓ ଶରୀରକୁ ସୁସ୍ଥ, ସୁନ୍ଦର ଓ ସତେଜ ରଖିଥାଏ । ତେଣୁ ପ୍ରତ୍ୟହ ବ୍ରାହ୍ମ ମୂହୁର୍ତ୍ତରୁ ଶଯ୍ୟାତ୍ୟାଗ କରି ନିୟମିତଭାବେ କିଛି ସମୟ ଯୋଗ କରିପାରିଲେ ଜଣେ ନିରୋଗ ରହିପାରିବ ବୋଲି ରବିବାର ପୂର୍ବାହ୍ଣରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁରସ୍ଥ ନାରାୟଣ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଆୟୋଜିତ ଏକ ଯୋଗଶିକ୍ଷା ଶିବିରରେ ମତ ପ୍ରକାଶ ପାଇଛି । ଯାଜପୁର ପାତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ୨ଘଣ୍ଟାଧରି ଆୟୋଜିତ ଏହି ଶିବିରରେ ଯୋଗଗୁରୁ ଇନ୍ଦ୍ରମଣି ନାୟକ ଓ ରାମଚନ୍ଦ୍ର ରାଉତ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା ଓ ଅଞ୍ଚଳବାସୀଙ୍କୁ ୧୨ଟି ଯୈାଗିକ ବ୍ୟାୟାମ୍ , ୮ଟି ପ୍ରାଣାୟମ୍, ୧୨ଟି ସୂର୍ଯ୍ୟନମସ୍କାର, ସୂକ୍ଷ୍ମ ବ୍ୟାୟାମ୍, ଅଗ୍ନିସାର କ୍ରିୟା, ସିଂହାସନ, ହାସ୍ୟାସାନ ଏବଂ ଏଗୁଡିକର ନିୟମ ଓ ଉପକାରିତା ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଏହାକୁ ନିଜେ କରି ଦେଖାଇଥିଲେ । ଏଥିରେ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ, ଶିକ୍ଷାଶ୍ରମର ସମ୍ପାଦକ ଡା. ବିଷ୍ଣୁ ପ୍ରସାଦ ଶତପଥୀ ଓ ପ୍ରଧାନଶିକ୍ଷୟିତ୍ରୀ ସୁଧାଂଶୁବାଳା ଶତପଥୀ ଛାତ୍ରଛାତ୍ରୀମାନଙ୍କୁ ଯୋଗାସନ କରିବାରେ ଉସôାହିତ କରିଥିଲେ । ଏହାକୁ ଶିକ୍ଷାଶ୍ରମର ସମସ୍ତ ଗୁରୁମା ଓ ଗୁରୁଜୀ ପରିଚାଳନା କରିଥିଲେ ।

Related Posts

About The Author

Add Comment