ଯାଜପୁର/ଜେନାପୁର, ୭/୨ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ସଡ଼କସୁରକ୍ଷା ସପ୍ତାହ ଚାଲିଥିବା ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଜେନାପୁର ପୋଲିସ ନିଜକୁ ସାମିଲ କରିଛି ଏହି ଅବସରରେ ଜେନାପୁର ପୋଲିସଥାନା ପକ୍ଷରୁ ଏକ ଭାମ୍ୟାମାଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଜେନାପୁରଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ କନେଷ୍ଟବଳ ସୁନୀଲ ସାମଲ ପ୍ରତାପ କୁମାର ମଲ୍ଲିକ ଓ ଅରୁଣ କୁମାର ଓଝାଙ୍କ ସମେତ ଆଖପାଖ ପଞ୍ଚାୟତର ଶହେରୁ ଅଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ଡାକ ବାଜିଯନ୍ତ୍ର ଓ ଫ୍ଲାକାର୍ଡ ସାହାୟତାରେ ଦଶରୁ ଅଧିକ ପଞ୍ଚାୟତ ପରିକ୍ରମାକରି ଅଂଚଳ ବାସୀଙ୍କ ସଡ଼କସୁରକ୍ଷା ସଚେତନତା ବିଷୟରେ ବିଭିନ୍ନ ବାର୍ତାଦେଇଥିଲେ ଏହାକୁ ପବିତ୍ର ସାହୁ ସନ୍ତୋଷ ବାରିକ ବସନ୍ତ ସାହୁ ଖିରୋଦ ରାଉତ କୀର୍ତନ ନାୟକ ଗୋଲେଖ ଚନ୍ଦ୍ର ପାଢ଼ୀ ବସନ୍ତ ଦାଶ ସୋଭାଗ୍ୟ ସାମଲ ପ୍ରମୁଖ ପରିଚାଳନା କରିଥିଲେ
