ଜେନାପୁର /୧୫/୯ (ସନ୍ଧାନ ନିୟୁଜ):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୈରୀ- ଡାଳିଯୋଡ଼ା ରେଞ୍ଜ ଅଧିନ ଗଡମଧୁପୁର ବନାଞ୍ଚଳ ବିଭିନ୍ନ ଜନ ବସତି ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳାଚଳ ଅତି ସାଧାରଣ ଭାବେ ଦେଖିବାକୁ ମିଳୁଛି। ବନ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି କିମ୍ବା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ନିରୀହ ଜୀବନ ହାନି ହେଉଛି। ବନ୍ୟ ଜନ୍ତୁଙ୍କ ଆକ୍ରମଣରେ କେହି କେହି ଗୁରୁତର ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ବେଳେ କେହି କେହି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରୁଛନ୍ତି। ରବିବାର ପୂର୍ବାହ୍ନରେ ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ପଞ୍ଚାୟତ ଦଳଗାଁ ନିକଟରେ ଏକ ଭାଲୁ ଦେଖିବାକୁ ମିଳିଥିଲା। ଗ୍ରାମର କିଛି ଲୋକ ଉକ୍ତ ସ୍ଥାନକୁ ଘାସ କାଟିବାକୁ ଯାଇଥିବା ବେଳେ ଦଳଗାଁ ପୋଖରୀ ନିକଟରେ ଏକ ଲତା ବୁଦାରେ ଭାଲୁକୁ ଲୋକ ମାନେ ଦେଖିବାକୁ ପାଇଥିଲେ।।ତେବେ ସ୍ଥାନୀୟ ଜେନାପୁର ଥାନା ଅଞ୍ଚଳରେ ଭାଲୁ ବାହାରିବା ଏକ ସାଧାରଣ କଥା। କେବଳ ଭାଲୁ ନୁହେଁ ବାରହା, ହରିଣ, ଖୁରିଙ୍ଗ, ଠେକୁଆ ଏବଂ ଅନେକ ପ୍ରକାର ସାପ ମଧ୍ୟ ଲୋକ ମାନେ ଦେଖିବାକୁ ପାଉଛନ୍ତି। ଦିନରାତି ପାହାଡ଼ ବେଆଇନ ବ୍ଲାଷ୍ଟିଂ ଏବଂ ପ୍ରଚଣ୍ଡ ଶବ୍ଦ ପାଇଁ ବନ୍ୟ ଜନ୍ତୁ ମାନେ ଜନବସତି ମୁହାଁ ହୋଇଛନ୍ତି। ପାହାଡ଼ ଜଙ୍ଗଲ ରେ ରହିବା ବନ୍ୟ ଜନ୍ତୁ ମାନେ ନିଜ ବାସ ସ୍ଥାନକୁ ସୁରକ୍ଷିତ ନ ଭାବି ଜନବସତି ମୁହାଁ ହେଉଛନ୍ତି। ଯାହା ଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି। ତେବେଏହି ଭାଲୁକୁ ଦେଖିବା ପରେ ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଥିଲେ। ଏହାକୁ ଘଉଡାଇବା ପାଇଁ ଗଡମଧୁପୁର ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ମାତ୍ର ରାତି ପର୍ଯ୍ୟନ୍ତ ବନ ବିଭାଗ ଅଧିକାରୀ ପହଞ୍ଚି ନଥିଲେ। ଯାହା ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହିବା ସହିତ ବନ ବିଭାଗର ଏଭଳି ଖାମଖିଆ ମନୋଭାବ ପାଇଁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବୈରୀ ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଚିତ୍ତରଞ୍ଜନ ବିଶ୍ୱାଳ ସଦଳବଳେ ରାତି ପ୍ରାୟ ୮ ସମୟରେ ପହଞ୍ଚି ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସତର୍କ ରହିବାକୁ ସୂଚନା ଦେଇଥିଲେ
ଜେନାପୁର ଅଞ୍ଚଳରେ ଭାଲୁ ଆତଙ୍କ ବନ ବିବାଗ ସଜାଗ,,
|
September 15, 2025 |



