ଧର୍ମଶାଳା , ୧୭/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନ ପଣସପଡ଼ିଆ ଅନୁସୂଚିତ ଜାତି ବର୍ଗର ସାହି ରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ଅଦ୍ୟାବଧି ଜଣାପଡିନାହିଁ।ଘଟଣାରୁ ପ୍ରକାଶ ଯେ ଗ୍ରାମର ଜନୈକ ଦିବ୍ୟଙ୍ଗ ମିଞ୍ଜା ମାଲିକ ଓ ତାର ପରିବାର ମଙ୍ଗଳବାର ରାତିରେ ସ୍ଥାନୀୟ ମର୍ଜିତ।ପୁରକୁ ହିଙ୍ଗୁଳା ଯାତ୍ରା ଦେଖିବା ନିମିତ୍ତ ଯାଇଥିଲେ।ଘରେ କେହି ନ ଥିଲେ।ଯାତ୍ରାରୁ ଫେରିବା ବେଳକୁ ତାଙ୍କର ୨ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ।ଏଥିରେ ତାଂକର ୫ଟି ଛେଳି ଓ ୫ଟି କୁକୁଡ଼ା ନିଆଁ ରେ ଦଗ୍ଧ ହୋଇ ଯାଇଥିବାବେଳେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଜେନାପୁର ଅଂଚଳର ସାମାଜିକ କର୍ମୀ ପ୍ରେମଚାନ୍ଦ ମହାନ୍ତି ଓ ମନୋଜ ମହାନ୍ତି ଘଟଣାସ୍ଥଳରେ ପହଂଚି ଏହାକୁ ଅନୁଧ୍ୟାନ କରିବା ସହ ସହାୟତାର ବ୍ୟବସ୍ଥା କରିଥିଲେ।ଚଣ୍ଡିଖୋଲ ଦମକଳ ବାହିନୀ ପୂର୍ବାହ୍ନରେ ପହଂଚି ଥିଲେ ମଧ୍ୟ ସେତେବେଳକୁ ଘର ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ରାଜସ୍ବ ନିରୀକ୍ଷକ କ୍ଷୟକ୍ଷତିର ଆକଳନ କରି ଫେରି ଯାଇଛନ୍ତି।ତେଣୁ ଉକ୍ତ ଦରିଦ୍ର ପରିବାରକୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ସମାଜସେବୀ ସୁଶାନ୍ତ କୁମାର ଖଟୁଆ ଙ୍କ ସମେତ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି।
Report-Prasant Samal