ମୁମ୍ବାଇ, ୨୦/୪ (ସନ୍ଧାନ ନିୟୁଜ) : ଜେଟ୍ ଏୟାରୱେଜ୍ରେ ଦେଖାଦେଇଥିବା ସଂକଟର ସିବିଆଇ ତଦନ୍ତ ଦାବି କରିଛି ସଂଘ। ସର୍ବ ଭାରତୀୟ ଜେଟ୍ ଏୟାରୱେଜ୍ କର୍ମଚାରୀ ଓ ଅଫିସର ସଂଘର ସଭାପତି ତଥା ଏନସିପି ନେତା କିରଣ ପାୱାସକର ଅଭିଯୋଗ କରିଛନ୍ତି ଯେ, ଏୟାରଲାଇନରୁ ନରେଶ ଗୋୟଲଙ୍କୁ ବିଦା କରିବା ପଛରେ ଷଡ଼୍ଯନ୍ତ୍ର ରହିଛି। ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ମୁମ୍ବାଇଠାରେ କମ୍ପାନିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଶ୍ରୀ ପାୱାସକର ଆଲୋଚନା କରିସାରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏୟାରଲାଇନର ବାଧ୍ୟତାମୂଳକ ବନ୍ଦକୁ ସେ ନାପସନ୍ଦ କରିଛନ୍ତି। ନରେଶ ଗୋୟଲ ଯଦି ୨୫ ବର୍ଷ ଧରି ଏୟାରଲାଇନକୁ ପରିଚାଳନା କରୁଥିଲେ ତାହେଲେ ତାଙ୍କୁ କାହିଁକି ବିଦା କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ ଗୋୟଲ ବିଦା ହେବା ପରେ କମ୍ପାନିକୁ ବ୍ୟାଙ୍କ ଗୁଡ଼ିକ ପାଣ୍ଠି ଯୋଗାଇ ଦେବେ ବୋଲି କୁହାଗଲା। ତେବେ ସେହି ପାଣ୍ଠି କାହିଁକି ମିଳିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଗୋୟଲଙ୍କୁ ବିଦା କରିବା ପଛରେ ଗୋପନ ଏଜେଣ୍ଡା ରହିଛି ବୋଲି ସେ କହିଛନ୍ତି।
ଜେଟ୍ ମାମଲାର ସିବିଆଇ ତଦନ୍ତ ଦାବି କଲା ସଂଘ
|
April 20, 2019 |
![](https://sandhannews.com/wp-content/uploads/2019/04/cbi-1-750x430-1.jpg)