ଜେଟ୍‌ ଆଣିଲା ଆକର୍ଷଣୀୟ ଅଫର୍‌: ଖୁବ୍‌ ଶସ୍ତାରେ କରନ୍ତୁ ବିମାନ ଯାତ୍ରା, ଟିକେଟ୍‌ର ଦର ମାତ୍ର ୧,୩୧୩ ଟଙ୍କା

Spread the love

ନୂଆଦିଲ୍ଳୀ, ୨୮/୧୧ (ସନ୍ଧାନ ନିୟୁଜ) : କମ୍‌ ଦରରେ ବିମାନ ଯାତ୍ରା କରିବାର ଇଚ୍ଛା ରଖିଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର୍‌। ଜେଟ୍‌ ଏୟାର୍‌େଓ୍ଵଜ୍‌ ପକ୍ଷରୁ ଏକ ଆକର୍ଷଣୀୟ ଅଫର୍‌ ଜାରି କରାଯାଇଛି। ଜେଟ୍‌ ଏୟାର୍‌େଓ୍ଵଜ୍‌ରେ ଘରୋଇ ମାର୍ଗରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ମାତ୍ର ୧,୩୧୩ ଟଙ୍କାର ଟିକେଟ୍‌ କରିବାକୁ ହେବ। ସର୍ବନିମ୍ନ ଟିକେଟ୍‌ ଦର ୧,୩୧୩ ଟଙ୍କା ହୋଇଥିବା ବେଳେ ସର୍ବାଦ୍ଧିକ ଦର ରହିଛି ୫,୯୪୭ ଟଙ୍କା। ଏହି ଅଫର୍‌ କେବଳ ଇକୋନୋମିକ୍‌ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ। ଏହି ଅଫର୍‌ର ଫାଇଦା ଉଠାଇବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଅତି କମ୍‌ରେ ୧୫ ଦିନ ଆଗରୁ ଟିକେଟ୍‌ କରିବାକୁ ହେବ।

ତେବେ ଏହି ଅଫର୍‌ରେ ଯାତ୍ରୀମାନେ ମୁମ୍ବାଇରୁ ଦିଲ୍ଲୀ, ମୁମ୍ବାଇରୁ ବେଙ୍ଗାଲୁର, ମୁମ୍ବାଇରୁ ଚେନ୍ନାଇ, ମୁମ୍ବାଇରୁ ଗୋଆ, ଦିଲ୍ଲୀରୁ ମୁମ୍ବାଇ, ଦିଲ୍ଲୀରୁ ବେଙ୍ଗାଲୁର, ଦିଲ୍ଲୀରୁ ଚେନ୍ନାଇ, ଦିଲ୍ଳୀରୁ ପୁଣେ, କୋଲକାତାରୁ ମୁମ୍ବାଇ, କୋଲକାତାରୁ ଦିଲ୍ଲୀ, କୋଲକାତାରୁ ବେଙ୍ଗାଲୁର, କୋଲକାତାରୁ ଗୌହ୍ଵାଟୀ, ବେଙ୍ଗାଲୁରରୁ ମୁମ୍ବାଇ, ବେଙ୍ଗାଲୁରରୁ ଦିଲ୍ଲୀ, ବେଙ୍ଗାଲୁରରୁ ଚେନ୍ନାଇ, ବେଙ୍ଗାଲୁରରୁ ମାଙ୍ଗାଲୁର, ଚେନ୍ନାଇରୁ ମୁମ୍ବାଇ, ଚେନ୍ନାଇରୁ ଦିଲ୍ଲୀ, ଚେନ୍ନାଇରୁ ବେଙ୍ଗାଲୁର, ଚେନ୍ନାଇରୁ ମଦୁରାଇ, ହାଇଦ୍ରାବାଦ୍‌ରୁ ମୁମ୍ବାଇ, ହାଇଦ୍ରାବାଦ୍‌ରୁ ପୁଣେ, ହାଇଦ୍ରାବାଦ୍‌ରୁ ବେଙ୍ଗାଲୁର ଓ ହାଇଦ୍ରାବାଦ୍‌ରୁ ଦିଲ୍ଲୀ ଉଡ଼ାଣ ଭରି ପାରିବେ।

Related Posts

About The Author

Add Comment