ଜେଟ୍‌ର ୫୦୦ କର୍ମଚାରୀଙ୍କୁ ନେଲା ସ୍ପାଇସଜେଟ୍

Spread the love

ମୁମ୍ବାଇ, ୨୦/୪ (ସନ୍ଧାନ ନିୟୁଜ) : ଜେଟ୍ ଏୟାରୱେଜ୍‌ର ୫୦୦ରୁ ଅଧିକ କର୍ମଚାରୀଙ୍କୁ ସ୍ପାଇସଜେଟ୍ ନିଯୁକ୍ତି ଦେଇଛି। ଏମାନଙ୍କ ମଧ୍ୟରେ ପ୍ରାୟ ୧୦୦ ଜଣ ପାଇଲଟ ରହିଛନ୍ତି। ଏଥିସହିତ କମ୍ପାନି ଆଗାମୀ ଦିନରେ ଅଧିକ ମାର୍ଗରେ ଅଧିକ ସଂଖ୍ୟକ ବିମାନ ଚଳାଇଲେ ଜେଟର ଆହୁରି ଅନେକ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି କହିଛି। ସ୍ପାଇସ ଜେଟ୍ ଏହାର ନିଯୁକ୍ତିରେ ଜେଟ୍ ଏୟାରୱେଜ୍‌ର କର୍ମଚାରୀଙ୍କୁ ସର୍ବାଧିକ ଅଗ୍ରାଧିକାର ଦେଉଛି। ସ୍ପାଇସଜେଟ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜୟ ସିଂହ ଆଜି ଏହି ସୂଚନା ଦେଇଛନ୍ତି। ନିକଟରେ ଚାକିରି ହରାଇଥିବା ଜେଟ୍‌ ଏୟାରୱେଜ୍‌ର ୧୦୦ରୁ ଅଧିକ ପାଇଲଟ, ୨୦୦ରୁ ଅଧିକ କେବିନ କ୍ରିଉ ଏବଂ ୨୦୦ରୁ ଅଧିକ ବୈଷୟିକ ଏବଂ ବିମାନ ବନ୍ଦର କର୍ମଚାରୀଙ୍କୁ ସ୍ପାଇସଜେଟ୍ ନିଯୁକ୍ତି ଦେଇଛି। କମ୍ପାନି ଗୁରୁବାର ଏହା ମଧ୍ୟ ଘୋଷଣା କରିଛି ଯେ, ଚଳିତମାସ ୨୬ରୁ ମେ ୨ ମଧ୍ୟରେ ୨୪ଟି ନୂଆ ବିମାନ ଚଳାଚଳ କରିବ।

Related Posts

About The Author

Add Comment