ଭୁବନେଶ୍ୱର,୧୬.୧.୨୦୨୧(ସନ୍ଧାନ ନିଉଜ୍):- ଇଞ୍ଜିନିୟରିଂ ପଢ଼ିବା ପାଇଁ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଦେବାକୁ ଆଗ୍ରହ ପ୍ରକାଶ କରୁଥିବା ଛାତ୍ରଛାତ୍ରୀମାନେ ସାବଧାନ । ଜେଇଇ ମେନ୍ ନାମରେ ମାଳ ମାଳ ଫେକ୍ ୱେବସାଇଟ୍ ବୁଲୁଛି । ତେଣୁ ସତର୍କ ରହିବାକୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏଟିଏ ସତର୍କ ସୂଚନା ଜାରି କରିଛି । ଏଟିଏ ମହାନିର୍ଦ୍ଦେଶକ ଡ. ବିନୀତ ଯୋଶୀ କହିଛନ୍ତି, କିଛି ଅସାଧୁ ବ୍ୟକ୍ତି ଜେଇଇ ମେନ୍ ନାମରେ jeeguide.co.in in ଏକ ଫେକ୍ ୱେବସାଇଟ୍ ତିଆରି କରିଛନ୍ତି । ସେହି ୱେବସାଇଟ୍ ଜରିଆରେ ଆବେଦନକାରୀଙ୍କଠାରୁ ଅନଲାଇନ୍ରେ ଫି ଦେବାକୁ କୁହାଯାଉଛି । ଏ ବାବଦରେ ଏଟିଏ ଜାଣିବା ପରେ ଗୁରୁବାର ଡ. ଜୋଶୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକ ଜେଇଇ ମେନ୍ ଆବେଦନ କରିବା ସମୟରେ ସତର୍କ ରହିବାକୁ କହିଛନ୍ତି ଏନଟିଏ ମହାନିର୍ଦ୍ଦେଶକ । କେବଳ ଜେଇଇ ସତର୍କ ସୂଚନା ଜାରି କଲା ଏଟିଏ ଫେବ୍ରୁଆରୀ ପରୀକ୍ଷା ପାଇଁ ଆଜି ଆବେଦନ ଶେଷ ମେନ୍ ଅଫିସିଆଲ୍ ୱେବସାଇଟ୍ jeemain.nta. nic.inରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଏଟିଏର ହେଲୁ ଡେସ୍କ ଓ କଲ୍ ସେଣ୍ଟରରେ ଫେକ୍ ୱେବସାଇଟ୍ ବାବଦରେ ବହୁ ଅଭିଯୋଗ ଆସୁଛି । jeeguide.co.in ଫେକ୍ ୱେବସାଇଟ୍ରେ ଟଙ୍କା ଦାଖଲ କରିବାକୁ କୁହାଯାଉଛି । ୯୩୧୧୨୪୫୩୦୭ ନମ୍ବରରେ ଯୋଗାଯୋଗ କରିବାକୁ ସେହି ଫେକ୍ ୱେବସାଇଟ୍ରେ ସୂଚନା ଦିଆଯାଇଛି । ଏହିଭଳି ବହୁ ଜାଲ୍ ୱେବସାଇଟ୍ ଥିବାର ସମ୍ଭାବନା ରହିଛି । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କେବଳ ଅଫିସିଆଲ୍ ୱେବସାଇଟ୍ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଫେକ୍ ୱେବସାଇଟ୍ ସହିତ ଏଟିଏ କିମ୍ବା ଏହାର କୌଣସି ଅଧିକାରୀଙ୍କର ସମ୍ପର୍କ ନଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଜେଇଇ ମେନ୍ ୪ଥର ହେବ। ପ୍ରଥମ ଜେଇଇ ମେନ୍ ଫେବ୍ରୁଆରୀ ୨୩ରୁ ଆରମ୍ଭ ହୋଇ ୨୬ରେ ସରିବ। ଚଳିତ ମାସ ୧୬ ତାରିଖରେ ଆବେଦନ ସରିବ। ସେହିପରି ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ।
ଜେଇଇ ମେନ୍ ଆବେଦନକାରୀ ସାବଧାନ
|
January 16, 2021 |
