ଭୁବନେଶ୍ୱର, ୧୮/୧/୨୦୨୦ (ସନ୍ଧାନ ନିଉଜ): ପ୍ରକାଶ ପାଇଲା ଜେଇଇ ମେନ୍-1 ପରୀକ୍ଷା ଫଳ । ନାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏହାର ଫଳ ପ୍ରକାଶ କରାଯାଇଛି । ତେବେ ଏହି ପରୀକ୍ଷାରେ ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର ହୋଇଛନ୍ତି । 99.99% ପ୍ରତିଶତ ମାର୍କ ରଖି ସୌରଭ ଓଡ଼ିଶାରେ ଟପ୍ପର ହୋଇଛନ୍ତି ।
ନାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ jeemain.nta.in ଓ୍ୱେବ୍ସାଇଟ୍ରେ ଜେଇଇ ମେନ୍-1ର ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ ଏହି ସାଇଟ୍କୁ ଯାଇ ପରୀକ୍ଷା ଫଳ ଦେଖିପାରିବେ । ସର୍ବଭାରତୀୟ ସ୍ତରରେ ମୋଟ୍ ୯ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ଦୁଇଟି ପର୍ଯ୍ୟାୟରେ ଏହି ଜେଇଇ ମେନ ପରୀକ୍ଷା କରାଯାଇଥିଲା ।