ଯାଜପୁର, ୨୮/୦୮/୨୦ (ସନ୍ଧାନ ନିଉଜ) : ୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି । ଇତି ମଧ୍ୟରେ ରାଜ୍ୟ ସରକାର ସର୍ବ ଭାରତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷାକୁ କରୋନା ଓ ବନ୍ୟା ପରିସ୍ଥିତି ପାଇଁ ଘୁଂଚାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଚ୍ଥନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନୁରୋଧ କରିଚ୍ଥନ୍ତି । ତେବେ ଏହି ପରୀକ୍ଷା ନ ଘୁଂଚାଯାଇ ଯଦି ନିର୍ଦ୍ଧାରିତ ତାରିଖରେ ହୁଏ ତେବେ ସେଥିପାଇଁ ଯାଜପୁର ଜିଲ୍ଳ୍ାର ଆଶାୟୀ ପରୀକ୍ଷାର୍ଥୀ ମାନଙ୍କର କ’ଣ ସମସ୍ୟା ରହୁଚ୍ଥି ସେ ସଂପର୍କରେ ଜିଲ୍ଳ୍ା ପ୍ରଶାସନକୁ ଅବଗତ କରାଇବାକୁ ପରୀକ୍ଷାର୍ଥୀ ମାନଙ୍କୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଅନୁରୋଧ କରିଚ୍ଥନ୍ତି । ସମସ୍ୟା ସଂପର୍କରେ ଏହି ଆଶାୟୀ ପରୀକ୍ଷାର୍ଥୀମାନେ ଆଇ.ଟି.ଆଇ. ବରୁଆଁର ଅଧ୍ୟକ୍ଷଙ୍କୁ ୯୪୩୮୪୪୬୯୮୧ ଓ ଆଇ.ଟି.ଆଇ. ରଗଡିର ଅଧ୍ୟକ୍ଷଙ୍କୁ ୯୪୩୭୧୫୫୧୦୭ ରେ ଯୋଗାଯୋଗ କରିବାକୁ ଜିଲ୍ଳ୍ାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ପରୀକ୍ଷାର୍ଥୀ ଜିଲ୍ଳ୍ା ୱେବ୍ସାଇଟ୍ ଔବହକ୍ଟ୍ରଙ୍କକ୍ସ.ଦ୍ଭସମ.ସଦ୍ଭ ର ମଧ୍ୟ ସହାୟତା ନେଇପାରନ୍ତି । ଏ ସଂପର୍କିତ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନିଆଯାଇ ତାହାର ସମାଧାନ କରାଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଚ୍ଥନ୍ତି ।
ଜେଇଇ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସୂଚନା ।
|
August 28, 2020 |
