ଜୁନ ୧ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍ ଡାଉନୁ :ଜାଣନ୍ତୁ କଣ ଖୋଲା କଣ ବନ୍ଦ

Spread the love

ଭୁବନେଶ୍ୱର/ ୧୮/୦୫(ସନ୍ଧାନ ନିଉଜ୍)  ଓଡିଶା ସରକାର ଆସନ୍ତା ଜୁନ ୧ ତାରିଖ ସକାଳ ୫ ପର୍ଯ୍ଯନ୍ତ ଲକ୍ ଡାଉନକୁ ବଢାଇ ଦେଇଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ ବାର୍ତ୍ତାରେ ଘୋଷଣା କରିଛନ୍ତି ।ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ । ପୂର୍ବରୁ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା ।ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । ବିବାହରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ । ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଭାଗନେବେ । ଭୋଜିଭାତ ହୋଇପାରିବ ନାହିଁ । କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ । ବିବାହ, ଅନ୍ତ୍ୟେଷ୍ଟି ଆଦି ସମସ୍ତ କାର୍ଯ୍ୟରେ କେହି ଖାଇ ପାରିବେ ନାହିଁ । କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ ।ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ । ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ । ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ସୂଚନାନୁସାରେ, କରୋନା ସଂକ୍ରମଣ ବଢୁଥିବାରୁ ସରକାର ମେ ୫ରୁ ମେ ୧୯ ତାରିଖ ସକାଳ ଯାଏଁ ଲକଡାଉନ୍ ଲାଗୁ କରିଥିଲେ । ସଂକ୍ରମଣ ଚେନ୍‌ରେ ବ୍ରେକ ଦେବାକୁ ସରକାର ଏହି ପଦକ୍ଷେପ ନେଇଥିଲେ ।

Related Posts

About The Author

Add Comment