ଭୁବନେଶ୍ୱର, ୨୪/୧୧/୨୦୨୧ (ସନ୍ଧାନ ନିଉଜ) : କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଜୁନିଅର ହକି ବିଶ୍ୱ କପ୍ରେ ଆଜି ପ୍ରଥମ ମ୍ୟାଚ ରହିଥିବା ବେଳେ ମଇଦାନ୍ ରେ ମୁହାଁ ମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ବେଲଜିୟମ୍ । ତେବେ ଆଜି ପ୍ରଥମ ମ୍ୟାଚରୁ ହିଁ ବିଜୟ ଯାତ୍ରା ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ୍ । ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ବ୍ୟବଧାନ ୫-୧ରେ ହରାଇ ଆଜି ବିଜୟ ହୋଇଛି ବେଲଜିୟମ୍ । ଗତ ସଂସ୍କରଣର ରନର୍ସଅପ ବେଲଜିୟମ ଆରମ୍ଭରୁ ଆଟାକିଙ୍ଗ ଖେଳ ଜାରି ରଖିଥିଲା । ବେଲଜିୟମ ପକ୍ଷରୁ ମ୍ୟାଚର ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ । ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ୍ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ । ବେଲଜିୟମ ପକ୍ଷରୁ ୨ଟି ପେନାଲ୍ଟି କର୍ଣ୍ଣର ଓ ୩ଟି ଫିଲ୍ଡ ଗୋଲ୍ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ପେନାଲ୍ଟି କର୍ଣ୍ଣର ଦିଆଯାଇଥିଲା ।
ଜୁନିଅର ହକି ବିଶ୍ୱକପ୍: ବିଜୟ ଅଭିଯାନ ଆରମ୍ଭ କଲା ବେଲଜିୟମ୍
|
November 25, 2021 |
