ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୭ ଜୁଆଡ଼ି ଗିରଫ
ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୭ ଜୁଆଡ଼ି ଗିରଫ
Sandhan News |
November 5, 2021 |
ବାଲିଗୁଡା,୦୫ /୧୧/୨୧(ସନ୍ଧାନ ନ୍ୟୁଜ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୁଲିସ ଶୁକ୍ରବାର ବସଷ୍ଟାଣ୍ଡ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଚଢଉ ବେଳେ ୧୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ନଗଦ ୬୨ ହଜାର ୮୬୦ ଟଙ୍କା ସମେତ ୯ ଟି ମୋବାଇଲ ଜବତ କରିଛି। ସୋରଡା ଥାନା ଅଞ୍ଚଳର ବ୍ୟବସାୟୀ ଗୌରୀ ଶଙ୍କର ପାଢ଼ୀ ବସଷ୍ଟାଣ୍ଡ ନିକଟରେ ଏକ ଘର ଭଡା ନେଇ ଜୁଆ ଆଡ୍ଡା ଚଳାଇ ଥିବା ଜଣାପଡ଼ିଛି। ଗତ କାଲି ଗୁରୁବାର ଦୀପାବଳି ଥିବାରୁ ଜୁଆଡି ମାନେ ରୁଣ୍ଡ ହୋଇ ଖେଳୁଥିଲେ। ହେଲେ କୌଣସି ମୋତେ ପୁଲିସ ସୂଚନା ପାଇ ଶୁକ୍ରବାର ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡା ଘର ଉପରେ ଚଢ଼ାଉ କରିଥିଲେ। କେଶ ନମ୍ବର ୧୯୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।
Related Posts
About The Author