ଜୀବନ ସହ ସଂଗ୍ରାମ କରୁଛି ୨ ବର୍ଷର ନିରୀହ ଶିଶୁ ଫତେହ

Spread the love

ଭୁବନେଶ୍ୱର, ୧୦ /୬ (ସନ୍ଧାନ ନିୟୁଜ) : ଜୀବନ ସହ ସଂଗ୍ରାମ କରୁଛି ୨ ବର୍ଷର ନିରୀହ ଶିଶୁ ଫତେହ । ଏବେ ପର୍ଯ୍ୟନ୍ତ ମଧ୍ୟ ଶିଶୁଟିକୁ ଉଦ୍ଧାର କରାଯାଇ ପାରିନାହିଁ । ଦୁଇଦିନ ହେଲା ଶିଶୁଟି ହଲଚଲ ମଧ୍ୟ ହେଉନାହିଁ । ଏପଟେ ଆଜି ଫତେହର ଜନ୍ମଦିନ ।

ବୋରୱେଲରେ ଫତେହ ଫସି ରହିଛି, ତାର ସାମନ୍ତରାରେ ୩ ଫୁଟ ଚଉଡା ଟନେଲ ଖୋଳି ସେଥିରେ ସିମେଣ୍ଟ ପାଇପ ଲଗାଯାଇଛି । ୧୦୦ ଫୁଟ ଗଭୀର ପର୍ଯ୍ୟନ୍ତ ପହଂଚିବା ପରେ ମାଟି ଓଦା ଥିବାରୁ ପାଇପ ଖସିଯାଇ ବଙ୍କା ହୋଇଯାଇଥିଲା । ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏବେ ଟନେଲରେ ଲୁହା ପାଇପ ପକାଯିବ । ଏପଟେ ଫତେହ ହଲଚଲ ହେଉନଥିବାରୁ ଘରଲୋକଙ୍କ ଚିନ୍ତା ଆହୁରି ବଢିଯାଇଛି ।

ଅପରେସନ ଫତେହ ପାଇଁ କୌଣସି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ହୋଇନାହିଁ । ବରଂ ବର୍ଷ ବର୍ଷ ଧରି ଚାଲିଆସୁଥିବା ପୁରୁଣା ପଦ୍ଧତି ବ୍ୟବହାର କରାଯାଇଛି । ୧୦୦ ଫୁଟ ତଳେ ଅକ୍ସିଜେନ କମିଯିବାରୁ ଉଦ୍ଧାରକାରୀ ଦଳ ମଧ୍ୟରୁ କିଛି ସଦସ୍ୟ ଅସୁସ୍ଥ ହୋଇପଡିଥିଲେ ।

ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ସୋସିଆଲ ମିଡ଼ିଆରେ ମଧ୍ୟ ଲୋକ ନିଜ ଆକ୍ରୋଶ ଦେଖାଇବା ଆରମ୍ଭ କଲେଣି । ମୂର୍ତ୍ତି ଏବଂ ବଡ ବଡ କୋଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାର ଏହିଭଳି ବିପଦ୍ଦଜନକ ପରିସ୍ଥିତି ସହ ଲଢ଼ିବା ପାଇଁ କାହିଁକି କୌଣସି ଅଟୋ ଯନ୍ତ୍ର ରଖୁନାହାନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

ଫତେହ କିଭଳି ସୁରକ୍ଷିତ ଉଦ୍ଧାର ହେବ ସେଥିପାଇଁ ଲୋକେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । ହଜାର ହଜାର ଲୋକ ଘଟଣାସ୍ଥଳରେ ଜଗି ରହିଛନ୍ତି। ଫତେହର ଘରଲୋକଙ୍କ ଏପଟେ କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲାଣି । ଧୀରେ ଧୀରେ ସେମାନେ ମଧ୍ୟ ଆଶା ଛାଡି ବସିଲେଣି । ଏବେ ସବୁ ଭଗବାନଙ୍କ ଉପରେ । ନିରୀହ ଶିଶୁଟି କିଭଳି ଶୀଘ୍ର ସୁରକ୍ଷିତ ଫେରିବ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।

Related Posts

About The Author

Add Comment