ଜୀବନ ଯୁଦ୍ଧରେ ହାରିଗଲେ ଡାକ୍ତର ପ୍ରଶାନ୍ତ ଦାସ

Spread the love

ବାରିପଦା, 3/11( ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):-  ମୟୁରଭଞ୍ଜ ଜିଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ଅଧିକାରୀ ତଥା ବାରିପଦା ରକ୍ତଭଣ୍ଡାର ଅଧିକାରୀ ଡା.ପ୍ରଶାନ୍ତ ଦାସଙ୍କର ୬୬ ବର୍ଷ ବୟସରେ କଟକସ୍ଥ ସଦଗୁରୁ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୧ଟା ୪୦ ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ପ୍ରଥମେ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରୁଥିଲେ ଏବଂ ତାହା ପରେ ଓଡିଶାରେ ସରକାରୀ ଚାକିରିରେ ଯୋଗ ଦେଇ ବିଶେଷଭାବେ ମୟୂରଭଞ୍ଜ ଜିଲାରେ ବିଭିନ୍ନ ଦାୟିତ୍ବରେ ଅବସ୍ଥାପିତ ଥିଲେ । ସେ ଅବସର ନେବା ପରେ ଚୁକ୍ତିଭିତ୍ତିକ ସେବାରେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ କରୋନା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖା ଦେବାରୁ କରୋନା ଯୋଦ୍ଧା ଭାବେ ରକ୍ତଭଣ୍ଡାର ଅଧିକାରୀ ଡା. ଦାସ ନିଜର ବ୍ୟକ୍ତିଗତ ଚେଷ୍ଟାରେ ବହୁ ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲେ। କିନ୍ତୁ ଶେଷରେ ସେ ନିଜେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କଲେ । ତାଙ୍କର ଏହି ବିୟୋଗରେ ଜିଲାତମାମ ଶୋକ ଖେଳିଯାଇଛି ।

Related Posts

About The Author

Add Comment