ଜୀବନ ବଞ୍ଚାଇବା ପାଇଁ ଅର୍ଥ ସାଜିଛି ବାଧକ ଜୀବନ ସହିତ ସଂଗ୍ରାମ କରୁଛନ୍ତି ଲଳିତ,

Spread the love

ଯାଜପୁର /ସନ୍ଧାନ ନିୟୁଜ୍ /(ସାଗରିକ ଦଳାଇ ) ୦୮/୦୭ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ପଞ୍ଚାୟତସ କୋତପୁର ଗ୍ରାମର ଟୁଟୁ ମଳିକଙ୍କର ଏକମାତ୍ର ପୁଅ ଲଳିତ ମଳିକ(୧୪) ଜୀବନ ସହିତ କରୁଛନ୍ତି ସଂଘର୍ଷ। ଲଳିତ ନବମ ଶ୍ରେଣୀରେ ପଢୁଛନ୍ତି । ସୂଚନା ଥାଉକି ଆଜକୁ ଦେଢ଼ମାସ ତଳେ ସେ ନଦୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଗୋଟିଏ ଚାରିଚକିଆ ଗାଡି ଭାରସାମ୍ୟ ହରାଇ ତାଙ୍କ ସହ ଦୃର୍ଘଟଣା ହୋଇଥିଲା।ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିଲେ।ସେ ବର୍ତ୍ତମାନ ଭୁବନେଶ୍ୱର ଏକ ଘରୋଇ ମେଡିକାଲ୍ ରେ ବ୍ରେନ୍ ସ୍ପାଇନାଲ୍ କର୍ଟରେ ଚିକିତ୍ସା ହେଉଛନ୍ତି । । ତାଙ୍କର ମୁଣ୍ତର ସ୍ନାୟୁ କୋଷ କ୍ଷତି ହୋଇଥିବାର ଡାକ୍ତରୀ ପରୀକ୍ଷା ପରେ ଜଣାପଡିଥିଲା । ସେ ବର୍ତ୍ତମାନ ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଦୁଃଖର ବିଷୟ ସରକାର ଙ୍କ ତରଫରୁ ତାଙ୍କ ପରିବାରକୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରୁ ସମସ୍ତ ଅର୍ଥ ଶେଷ ହୋଇଯାଇଥିବା ବେଳେ ଏବେ ଚିକିତ୍ସା ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଦରକାର ପଡୁଛି ।ତାଙ୍କ ବାପା ଜଣେ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ତେଣୁ ତାଙ୍କ ପରିବାର ପକ୍ଷରୁ ବିନିତ ଗୃହାରି କରିଛନ୍ତି ଯେ ଆର୍ଥିକ ସାହାଯ୍ୟ କରିବାକୁ କୌଣସି ସହୃଦୟ ବ୍ୟକ୍ତିକିମ୍ବା ସ୍ବେଛାସେବୀ ସଂଗଠନ ସାହାଯ୍ୟ କରିବାକୁ ଚାହୁଁଥିରେ ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ,ଏସି -୪୦୫୯୩୪୦୦୧୦୦୨୮୫୧,ଆଇଏଫସି -ଆଇଓବିଏଓଆରଜିବି ୦୧ ଏବଂ

ଟୁଟୁ ମଲିକଙ୍କ ମୋବାଇଲ ନଂ ୮୦୯୩୫୧୪୩୭୭ ଯୋଗାଯୋଗ କରି ଅର୍ଥ ପଠାଇ ପାରିଲେ କୋମଳମତି ଶିଶୁ ଟି ର ଉର୍ଣ୍ଣତତର ଚିକିତ୍ସା ହେବା ସହିତ ଏକ ମାତ୍ର ପୁଅ ଟିର ଜୀବନ ବଞ୍ଚିଯାଇ ପାରିବ ବୋଲି ପରିବାର ପକ୍ଷରୁ ଗୁହାରି କରିଛନ୍ତି ।

Related Posts

About The Author

Add Comment