ବୁଗୁଡ଼ା:୧୫/୨: ବୁଗୁଡା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ଗ୍ରାମ ରେ ଆଜି ସକାଳୁ ୯.୩୦ମିନିଟି ସମୟରେ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପାଙ୍ଗିଡି ଗ୍ରାମ ମେନ୍ ରୋଡ଼ ସାଇଟିରେ ଜେସିପି ଦ୍ବାରା ଖୋଲା ଯାଉଥିବା ପାଣି ପାଇବି ପାଇଁ ଡ୍ରେନ କାମ ଚାଲୁଥିବାବେଳେ।ରୋଡ଼ ସାଇଟି ରେଥିବା ନିଜର ଘର ବାରଣ୍ଡାରେ ବସି ଦେଖୁଥିବା ସମୟରେ ଜେସିପି ର ଶୁଣ୍ଢ ଭାଙ୍ଗି ଯାଇ ସୁବାସ ଚନ୍ଦ୍ର ଡୋରା ଵୟସ (୬୫) ତାଙ୍କର ଅଣ୍ଟାଠୁ ଗୋଡ଼ ଯାଏ ଉପରେ ପଡିଯାଇଥିଲା। ସଙ୍ଗେ ସଙ୍ଗେ କାମ କରୁଥିବା ର ଲୋକ ଓ ଜେସିପି ର ଡ୍ରାଇଭର ଦୌଡ଼ ପଳେଇଲେ । ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଉଦ୍ଧାର କରି । ଆମ୍ବୁଲାନ୍ସ ୧୦୮ ନମ୍ବର କୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ବିଳମ୍ବ ହବାରୁ ତାଙ୍କର ପୁଅ ଅଟ ସାହାଯ୍ୟରେ ବୁଗୁଡ଼ା ମେଡିକାଲ କୁ ଆଣିବା ରାସ୍ତା ରେ ମୃତ୍ୟୁବରଣ କରିଥିଲେ। ବୁଗୁଡ଼ା ଥାନା ଅଧିକାରୀ ପହଁଚି କେସ୍ ନମ୍ବର ୩/୨୧ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବେବଛେଦ ପାଇଁ ପଠାଇଛନ୍ତି। ସ୍ଥାନୀୟ ବାସିନ୍ଦା ସୂଚନା ଡେ଼ଇଛନ୍ତି ଯେ ଠିକାଦାରଙ୍କ ନାମ ନିଲା ପ୍ରଧାନ ନୟାଗଡ଼ ଜିଲ୍ଲା ଓଡ଼ଗାଁ ର ସେ ଜେସିପି ମାଲିକଙ୍କ ନାମ ଦ୍ରୁବ ସାହୁ ଜେସିପି ଗାଡି ନଂ OD 25 A 7535 ।
ଜୀବନ ନେଲା ଜେସିପି
|
February 15, 2021 |