ଜୀବନ ଜ୍ୟୋତି ହସ୍ପିଟାଲକୁ ପ୍ରଶାସନ ସିଲ କଲା

Spread the love

ଯାଜପୁର ସଦର, (ସନ୍ଧାନ ନ୍ୟୁଜ )୦୨/୦୧/୨୬: ଯାଜପୁର ଜିଲ୍ଲାରେ ବେନିୟମ ଭାବେ ଗଢ଼ି ଉଠିଥିବା ନର୍ସିଂହୋମର ଦକ୍ଷତା ନଥାଇ ଡାକ୍ତର ହୋଇଥିବା ବେଳେ, ଏହି ଜିଲ୍ଲାର ଜୀବନଜ୍ୟୋତି ନର୍ସିଂହୋମରେ ଦୁଇଟି ପ୍ରସୁତୀ ମହିଳାଙ୍କ ଜୀବନକୁ ନେଇ ଖେଳ ଖେଳିଥିବା ଜୀବନଜ୍ୟୋତି ନର୍ସିଂହୋମ ଖେଳିଥିବା ଦେଖିବାକୁ ମିଳିିଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ମେଡିକାଲ ଛକ ନିକଟସ୍ଥ ଏକ ଘରୋଇ ନର୍ସିଂହୋମ ଜୀବନଜ୍ୟୋତି ହସ୍ପିଟାଲରେ ପ୍ରସୁତୀ ମୃତ୍ୟୁ ଘଟଣାକୁ ନେଇ ଭଙ୍ଗାରୁଜା କରାଯିବା ସହିତ ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୩ ତାରିଖ ସଂଧ୍ୟାରେ ଖଣ୍ଡରା ପଂଚାୟତ ଗେଡ଼ିସାହି ଅଞ୍ଚଳର ଚନ୍ଦନ କୁମାର ଗେଡ଼ିକୁ ପତ୍ନୀ ସୁଭଦ୍ରା ପାତ୍ର ପ୍ରସବ କରିବା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ୨୪ ତାରିଖ ଦିନ ଅପରେସନ କରାଯାଇଥିବା ବେଳେ, ସେ ଏକ ସନ୍ତାନକୁ ଜନ୍ମ ଦେଇଥିବା ବେଳେ, ଅପରେସନ କରାଯାଇଥିବାରୁ ସୁଭଦ୍ରାଙ୍କ ରକ୍ତଶ୍ରାବ ଅଧିକ ହେବାରୁ ୨୫ ତାରିଖରେ ତାଙ୍କୁ କଟକ ମେଡିକାଲକୁ ସ୍ତାନାନ୍ତରିତ କରାଯାଇଥିଲା । ସୁଭଦ୍ରାକୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଲେ, ସୋମବାର ଦିନ ରାତିରେ ଚିକିତ୍ସାଧିନ ଅବସ୍ଥାରେ ସୁଭଦ୍ରାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଖବର ପହଁଞ୍ôଚବା କ୍ଷଣି ଖଣ୍ଟରା ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ଲୋକମାନେ ସୁଭଦ୍ରା ସୃତ ଦେହାକୁ ହସ୍ପିଟାଲ ସାମ୍ନାରେ ରଖି ବିକ୍ଷୋଭ ପ୍ରଦର୍ଶଣ କରିବା ସହିତ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ । ଏନେଇ ବାରମ୍ବାର ଜୀବନଜ୍ୟୋତି ହସ୍ପିଟାଲରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବାରୁ ବିପଦ ମୁହଁକୁ ମହିଳା ମାନଙ୍କୁ ଠେଲି ଦିଆଯାଉଥିବାରୁ ପ୍ରସୁତୀ ସୁଭଦ୍ରାର ମୃତ୍ୟୁ ଘଟିଲା ବୋଲି ପରିବାର ଅଭିଯୋଗ କରିଥିଲେ । ଏପରିି ସରକାରୀ ଡାକ୍ତର ମାନେ ଲୋକ ଭୁଲାଇ ଘରୋଇ ହସ୍ପିଟାଲକୁ ପଠାଇ ଦେଇଥିବା ଅଭିଯୋଗ ହୋଇଚି । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ôଚ ଉତ୍ତେଜନାକୁ ନିୟନ୍ତ୍ର୍ରଣ କରିଥିଲେ । ଅନ୍ୟପକ୍ଷରେ ଜୀବନଜ୍ୟୋତି ହସ୍ପିଟାଲରେ ତାଲା ପକାଇ ଡାକ୍ତର ଖାନା କର୍ତ୍ତୁପକ୍ଷ ଫେରାର ହୋଇଯାଇଥିବା ଜଣାଯାଇଚି । ଏନେଇ ସୁଭଦ୍ରାଙ୍କ ପରିବାରଙ୍କ ପକ୍ଷରୁ ଟାଉନ ଥାନାରେ ଏତଲା କରାଯାଇଚି । ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଷକ୍ରମେ ତହସିଲଦାର ରବିନାରାୟଣ ପାଢ଼ୀ, ଯାଜପୁର ଡିଏସପି ଶରତ ପାତ୍ର ମେଡିକାଲ କିରାଣି ତାପସ ମହାପାତ୍ର ଜୀବନ ଜ୍ୟୋତି ହସ୍ପିଟାଲକୁ ସିଲ କରିଥିଲେ । ସେହିପରି ୨୫ ତାରିଖ ଦିନ ବରୀ ଥାନା ନିକଟସ୍ଥ ରତ୍ନଗିରି ଗ୍ରାମର ରଂଜନ ଜେନାଙ୍କ ସ୍ତ୍ରୀ ସସ୍ମିତା ଜେନା ଆଠମାସର ଗର୍ଭବତୀ ହୋଇଥିବା ବେଳେ, ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ସଦସ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଥିବା ବେଳେ, ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରସୁତୀ ସମୟ ହୋଇଆସିଲାଣି ଅପରେସନ ପାଇଁ ଜୀବନଜ୍ୟୋତି ହସ୍ପିଟାଲକୁ ପଠାଇଥିଲେ । ଏହାପରେ ଅପରେସନ କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଯାହାଫଳରେ ସସ୍ମିତାର ଅଧିକ ରକ୍ତସ୍ରାବ ହେବାରୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇଥିଲା । ସେଟାରେ ସସ୍ମିତାଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାର ସଦସ୍ୟ ମାନେ ଡାକ୍ତରକୁ ଘେରାଉ କରି ରଖିବା ସହିତ ମେଡିକାଲରେ ଭଙ୍ଗାରୁଜା କରାଯାଇଥିଲା । ଜୀବନଜ୍ୟୋତି ମେଡିକାଲକୁ ଏହି ଦୁଇ ଗର୍ଭବତୀ ମହିଳାଙ୍କର ଗୋଟିଏ ଦିନରେ ଅସ୍ତ୍ରୋପଚାର କରାଯାଇଥିଲା । ଏବଂ ଦୁଇ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମନୋଜ ସେନାପତିଙ୍କୁ ଘେରିବା ସହିତ କ୍ଷତିପୁରଣ ପାଇଁ ଦାବି କରାଯାଇଥିଲା ।

Related Posts

About The Author

Add Comment