ଭୁବନେଶ୍ୱର, ୧୮/୧୦/୨୦ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ଉନ୍ନବିଂଶ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ଅପରାହ୍ନ ୩.୦୦ ଘଟିକା ବେଳେ ଆୟୋଜିତ ହେଇଜାଇଛି । ଏଥିରେ ସୁ ସାହିତ୍ୟିକ ତଥା ଅର୍ଥଶାସ୍ତ୍ରବିତ୍ ଡ. ରମଣ ଅଗ୍ରୱାଲ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ଭିଭିନ୍ନ କାହାଣୀ ଏବଂ ବୃତ୍ତାନ୍ତ ମାଧ୍ୟମରେ ଜୀବନରେ କାହାଣୀ ଏବଂ କାହାଣୀରେ ଜୀବନ ଶୀର୍ଷକ କୁ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଥିଲେ ।ଏଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଯୁବପିଢିଗଣ ଯୋଗଦାନ କରି ନିଜ ଜିଜ୍ଞାସା ଗୁଡିକର ସମାଧାନ କରିଥିଲେ । ପ୍ରାରମ୍ଭରେ ରାୟଗଡାର ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିଲା । ଏହି ସଭାରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ଶ୍ରୀ ରବିନ୍ଦ୍ର କୁମାର ସାହୁ ପୌରୋହିତ୍ୟ କରିଥିଲେ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ସଂଯୋଜନା କରିଥିଲେ ଭତରପତି ମହାବିଦ୍ୟାଳୟ,ଗଞ୍ଜାମ ର ଓଡିଆ ଅଧ୍ୟାପକ ଶ୍ରୀ ଗଣନାଥ ନାୟକ । ବିବେକାନନ୍ଦ ଯୁବସଂସଦ ପରିଚାଳନା ସମିତିର ସଙ୍ଗମ ଦଳର ସନ୍ଦିପ କୁମାର ପଣ୍ତା ଏବଂ ଲିଟୁ ସେଠି ସଭା ପରିଚାଳନା କରିଥିଲେ । ଶେଷରେ ଉତ୍ତର ସଂଭାଗର ସଂଯୋଜିକ ତଥା ଅଧ୍ୟାପିକା ଗୀତାଞ୍ଜଳୀ ମହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।ଆଗାମୀ ରବିବାର ୱେବିନାର୍ ରେ ଅବକାଶ ରହି ପରବର୍ତ୍ତୀ ୱେବିନାର୍ ନଭେମ୍ବର ୧ ତାରିଖରେ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ସୂଚନା ପ୍ରଦାନ କରିଥିଲେ।
*ଜୀବନରେ କାହାଣୀ ଏବଂ କାହାଣୀରେ ଜୀବନ ଶୀର୍ଷକ ୱେବିନାର୍ ଆୟୋଜିତ*
|
October 18, 2020 |