ଜିଲ୍ଳ୍‌ା ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Spread the love

ଯାଜପୁର, ୩୦/୧୦/୨୧ (ସନ୍ଧାନ ନିଉଜ) : ସଚେତନତା ହିଁ ସୁରକ୍ଷା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରତ୍ୟେକ ସଚେତନ ହେବା, ପ୍ରସ୍ତୁତି କରିବା ଓ ବିପର୍ଯ୍ୟୟ ପରିଚାଳନା ନିୟମକୁ ଅନୁପାଳନ କଲେ ଧନ ଜୀବନ ରକ୍ଷା କରିପାରିବା ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ ମତ ବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ଜାତୀୟ ରାଷ୍ଟ୍ରୀୟ ବିଜ୍ଞାନ ସମ୍ମିଳନୀ ଗୃହରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଥିଲା । ୧୯୯୯ ମହାବାତ୍ୟାର ସ୍ମୃତି ଚାରଣ ସହ ବିପର୍ଯ୍ୟୟର ପ୍ରଶମନ ପାଇଁ ପ୍ରସ୍ତୁତି ସଂପର୍କରେ ଏଥିରେ ଆଲୋକପାତ କରାଯାଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଳ୍‌ିକ ମହାବାତ୍ୟାର ସ୍ମୃତି ଅବର୍ଣ୍ଣନୀୟ । ସେଥିରୁ ମିଳିଥିବା ଶିକ୍ଷା ଓ ସରକାରଙ୍କର ଉଦ୍ୟମ ପଂଳରେ ଆଜି ଓଡିଶା ସମଗ୍ର ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସପଂଳତା ହାସଲ କରିଚ୍ଥି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଳ୍‌ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ କିନ୍ତୁ ପୂର୍ବ ପ୍ରସ୍ତୁତି, ସଚେତନତା, ସତର୍କତା ହିଁ ଏହାର କ୍ଷୟ କ୍ଷତିକୁ ହ୍ରାସ କରିବାରେ ସହାୟକ ହେବ ବୋଲି କହିଥିଲେ । ଚଳିତ ବର୍ଷର ବାର୍ତ୍ତା “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନ: ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ଡ” ଶୀର୍ଷକକୁ ଆଲୋଚନା କରି ଶ୍ରୀ ମହାନ୍ତି ସେତେବେଳେ ବୈଷୟିକ ଜ୍ଞାନ, ଭିତ୍ତିଭୂମୀ, ଗଣମାଧ୍ୟମ ଅପେକ୍ଷା ବର୍ତ୍ତମାନ ବେଶ ସୁଦୃଢ ହୋଇଚ୍ଥି । ଜିଲ୍ଳ୍‌ାରେ ବର୍ତ୍ତମାନ ୨୭ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଥିବା ବେଳେ କେବଳ ସେମାନଙ୍କ ପରିବାର ସଦସ୍ୟ ପ୍ରାୟ ୧୩ ଲକ୍ଷ ହେବେ । ଅପର ପକ୍ଷରେ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ପ୍ରସ୍ତୁତ । ତେଣୁ ସାମଗ୍ରିକ ଭାବେ ଆମେ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଚ୍ଥନ୍ତି ବୋଲି ସେ କହିଥିଲେ । ଉପଜିଲ୍ଳ୍‌ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ବିପର୍ଯ୍ୟୟ ପରିଚାଳନାରେ ପ୍ରତ୍ୟେକ ଉତ୍ତରଦାୟୀ ଭାବେ ସତର୍କ ଓ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳ୍‌ା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ସମସ୍ତଙ୍କୁ ସ୍ୱାଗତ କରିବା ସହ ୧୯୯୯ ମହାବାତ୍ୟାରେ ଯାଜପୁର ଜିଲ୍ଳ୍‌ାର ୮୪ ଜଣ ମୃତ୍ୟୁବରଣ କରିଥିଲେ ବୋଲି ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତିର ସଂଯୋଜିକା ସେପାଂଳୀ ସ୍ୱାଗତିକା ଜିଲ୍ଳ୍‌ାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ବିପର୍ଯ୍ୟୟ ପ୍ରଶମନ ପାଇଁ ସାମୁହିକ ଉଦ୍ୟମ ନିମିତ୍ତ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଜାଉଁଳିବନ୍ଧର ଚିତ୍ତ ରଂଜନ ପଣ୍ଡା୍‌ଙ୍କୁ ସେବା କାର୍ଯ୍ୟ ପାଇଁ ସମ୍ୱର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ତଥା ଅତିରିକ୍ତ ଊପଜିଲ୍ଳ୍‌ାପାଳ ସୁଶାନ୍ତ କୁମାର ପତି, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, ଏ.ଡି.ଏମ୍‌.ଓ. ଡା. ଅନୁପ କୁମାର ନାଥଶର୍ମା, ଦୁର୍ନିତି ନିବାରଣ ବିଭାଗର ଉପଅଧିକ୍ଷକ ସୁଶିଲ ଏକ୍ଳା, ସହକାରୀ ଜିଲ୍ଳ୍‌ାପାଳ ଶାଶ୍ୱତ ପଟ୍ଟନାୟକ, ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରଣ୍ଡି, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଳ୍‌ା ପ୍ରୋଗ୍ରାମ ଅଧିକାରୀ ଦେବାଶିଷ ପ୍ରଧାନ, ଜିଲ୍ଳ୍‌ା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ ଓ ଅନାନ୍ୟ ଅଧିକାରୀ ଯୋଗ ଦେଇଥିଲେ । ଜରୁରୀ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସାହୁ, ନିତ୍ୟାନନ୍ଦ ନାୟକ, ଉପ ବିଭାଗୀୟ ଅଧିକାରୀ, ସସ୍ମିତା ବେହେରା, କନିଷ୍ଠ ରାଜସ୍ୱ ସହାୟକ ଶୁଭାଶିଷ ଜେନା, ରୋଜାଲିନ ସ୍ୱାଇଁ, ତରୁଣ ପଣ୍ଡା, ସୁପ୍ରିୟ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment