ଜିଲ୍ଳ୍‌ାପାଳଙ୍କ ଅଧ୍ୟକ୍ଷତାରେ” ମୋ ଘର” ଯୋଜନା ନେଇ ବ୍ୟାଙ୍କ ଅଧିକାରୀ ମାନଙ୍କ ସହ ବୈଠକ ଅନୁଷ୍ଠିତ

Spread the love
ଯାଜପୁର, ତା ୦୬ା୦୬ା୨୦୨୩ ରିଖ : ବିଶେଷ କରି ଗ୍ରାମାଞ୍ଚଳରେ ଦୁର୍ବଳ ଶ୍ରେଣୀ ଲୋକ ମାନଙ୍କୁ ବନ୍ୟା, ବାତ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ତଥା ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟ ନେଇ ସବ୍‌ସିଡି ପ୍ରଦାନ ପୂର୍ବର ୩ ଲକ୍ଷ ରାଶି ପର୍ଯ୍ୟନ୍ତ ଗୃହ ନିର୍ମାଣ ଋଣ ପ୍ରଦାନ କରିବା ନିମିତ୍ତ ଗତ କାଲି ଅପରାହ୍ନରେ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍‌ଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କ ଅଧିକାରୀ ମାନଙ୍କ ସହ ଏକ ବୈଠକ ଅନୁୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଡଃ ଦିବ୍ୟ ଲୋଚନ ମହାନ୍ତ, ମୁଖ୍ୟ ଊନ୍ନୟ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍‌ା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେଉରିଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିରେଖା ପ୍ରଧାନ, ଡି.ଡି.ଏମ୍‌., ନାବାର୍ଡ, ଏଲ୍‌.ଡି.ଏମ୍‌., ଯାଜପୁର ଏବଂ ସହକାରୀ ପ୍ରପଳ୍ପ ନିର୍ଦ୍ଦେଶିକା, ଗ୍ରାମୀଣ ଗୃହ ନିର୍ମାଣ ସୁହାନା ବେଗମ୍ ପ୍ରମୁଖ ମଞ୍ଚାସୀନ ହୋଇ ବ୍ୟାଙ୍କ ଋଣ ପ୍ରଦାନ ତଥ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ଶ୍ରୀ ରାଠୋର କହିେଇ ଯେ, ଆର୍ଥିକ ସହାୟତା ଯୋଗାଇଦେଇ ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରତିଟି ପରିବାରଙ୍କୁ ଏକ ଯଥୋଚିତ ଆକାରର ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରଙ୍କୁ ଗୃହର ନିର୍ମାଣ, ସଂପ୍ରସାରଣ, ଉନ୍ନତିକରଣ କରାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ । ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ, ଯାହା ଏକ ବର୍ଷର ରିହାତି ସମୟକୁ ବାଦ୍ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ହିତାଧିକାରୀମାନେ ଋଣ ପରିଶୋଧ କରିବେ । ଯୋଜନାରେ ୧ ଲକ୍ଷ , ୧.୫ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଥିବା ବେଳେ ଆବେଦନକାରୀ ସେମାନଙ୍କର ଆବଶ୍ୟକତା ଅନୁଯାୟୀ କେବଳ ଗୋଟିଏ ଋଣକୁ ବାଚ୍ଥିବାକୁ ପଡିବ । ଏହି ଋଣରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ରାଜ୍ୟ ସରକାରଙ୍କ ଋଣର ପରିମାଣ ଅନୁଯାୟୀ ସବ୍‌ସିଡି ରାଶି ପ୍ରଦାନ କରିଥାନ୍ତି । ସବ୍‌ସିଡି ରାଶି ଗୃହ ନିର୍ମାଣ ଶେଷ ପରେ ପ୍ରଦାନ କରାଯାଇଥାଏ । ସମାଜର ଅପେକ୍ଷାକୃତ ଦୁର୍ବଳ ବର୍ଗ ଗୁଡିକ ଯଥା- ଅନୁସୂଚୀତ ଜାତି, ଜନଜାତି ଓ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଏହି ଋଣରେ ରାଜ୍ୟ ସରକାର ଅତିରିକ୍ତ ସବ୍‌ସିଡି ରାଶି ପ୍ରଦାନର ବ୍ୟବସ୍ଥା କରିଚ୍ଥନ୍ତି । ଯଦି ହିତାଧିକାରୀ ଯୋଗ୍ୟ ବିବେଚିତ ହୁଅନ୍ତି ଏବଂ ପୂର୍ବରୁ ଗ୍ରାମ୍ୟ ପରିମଳ, ପାନୀୟ ଜଳ, ଗ୍ରାମ ପଞ୍ଚାୟତ ବିଦ୍ୟୁତକରଣ ଆଦି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥାନ୍ତି ତେବେ ଉକ୍ତ ଯୋଜନା ଗୁଡିକ ଅଧିନରେ ମଧ୍ୟ ସହାୟତା ପାଇପାରିବେ ।
ଉପରୋକ୍‌ତ ବର୍ଗଙ୍କ ବ୍ୟତୀତ ଗ୍ରାମାଞ୍ଚଳରେ ବସବାସ କରୁଥିବା ନିମ୍ନୋକ୍ତ ପରିବାର ବର୍ଗ ଏହି ଯୋଜନାରେ ଉପକୃତ ହୋଇପାରିବେ ନାହିଁ । ଯେଉଁ ପରିବା ବର୍ଗ ୨ କିମ୍ୱା ଅଧିକ କୋଠରୀ ଥିବା ପକ୍କା ଘରେ ବାସ କରୁଥିବେ, ପୂର୍ବରୁ ଯେ କୈାଣସି ଗୃହ ନିର୍ମାଣ ଯୋଜନାରେ ୭୦ ହଜାର ଟଙ୍କା କିମ୍ୱା ତଦୁର୍ଦ୍ଧ୍ୱ ଗୃହ ନିର୍ମାଣ ସହାୟତା ରାଶି ପାଇଥିବେ, ମାସିକ ୨୫ ହଜାର ବା ତହିଁରୁ ଆୟ କରୁଥିବା ପରିବାର, ଯେଉଁ ପରିବାରରେ ୪ ଚକିଆ ଗାଡି ଥିବ ସେହି ଗାଡି ବ୍ୟବସାୟିକ ସୂତ୍ରରେ ବ୍ୟବହାର ନ ହୋଇ ନିଜସ୍ୱ ବ୍ୟବହାର ପାଇଁ ନିୟୋଜିତ ହେଊଥିବ, ପରିବାରର କୈାଣସି ସଦସ୍ୟ ସରକାରୀ କିମ୍ୱା ସରକାରୀ ଉଦ୍ୟୋଗରେ ନିୟମିତ କିମ୍ୱା ପେନ୍‌ସନ୍‌ଭୋଗି ହୋଇଥିଲେ, ୫ ଏକର ବା ତଦୁର୍ଦ୍ଧ୍ୱ ଜଳସେଚିତ କିମ୍ୱା ୧୫ ଏକର ବା ତଦୁର୍ଦ୍ଧ୍ୱ ପରିମାଣର ଅଣ-ଜଳସେଚିତ ଜମିଥିବା ପରିବାର ଏହି ଯୋଜନାରେ ଉପକୃତ ହୋଇପାରିବେ ନାହିଁ ।
ଏହି ଯୋଜନାରେ ୨ ଟି ବର୍ଗ ରହିଚ୍ଥି ଯଥା- ସାଧାରଣ ବର୍ଗ ଓ ଅନ୍ୟଟି ସ୍ୱତନ୍ତ୍ର ବର୍ଗ । ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାର ସ୍ୱତନ୍ତ୍ର ବର୍ଗରେ ଏବଂ ଏମାନଙ୍କ ବ୍ୟତୀତ ଅନ୍ୟମାନେ ସାଧାରଣ ବର୍ଗ ଅଧିନରେ ବିବେଚିତ ହୋଇଥାନ୍ତି । ସବ୍‌ସିଡି ରାଶି ବାବଦରେ ୧ ଲକ୍ଷ ଋଣ ନେଲେ ସାଧାରଣ ବର୍ଗ ପାଇଁ ୩୦ ହଜାର ଓ ସ୍ୱତନ୍ତ୍ର ବର୍ଗ ପାଇଁ ୪୦ ହଜାର, ଦେଢ ଲକ୍ଷ ଟଙ୍କା ଋଣ ନେଲେ ସାଧାରଣ ବର୍ଗ ପାଇଁ ୪୫ ହଜାର ଏବଂ ସ୍ୱତନ୍ତ୍ର ବର୍ଗ ପାଇଁ ୫୫ ହଜାର, ୨ ଲକ୍ଷ ଋଣ ନେଲେ ସାଧାରଣ ବର୍ଗ ପାଇଁ ୬୦ ହଜାର ଓ ସ୍ୱତନ୍ତ୍ର ବର୍ଗ ପାଇଁ ୭୦ ହଜାର ଏବଂ ୩ ଲକ୍ଷ ଋଣ ନେଲେ ସାଧାରଣ ବର୍ଗ ପାଇଁ ୬୦ ହଜାର ଓ ସ୍ୱତନ୍ତ୍ର ବର୍ଗ ପାଇଁ ୭୦ ହଜାରର ଯଥାକ୍ରମେ ସବ୍‌ସିଡି ମିଳିବ । ଆବେଦନକାରୀଙ୍କ ବର୍ତ୍ତମାନର ବାସଗୃହ ଓ ପ୍ରସ୍ତାବିତ ନିର୍ମାଣ ସ୍ଥାନ “ଆମ ଘର” ମୋବାଇଲ ଆପ୍ ଦ୍ୱାରା ଜିଓ ଟ୍ୟାଗ୍ କରାଯାଇଥାଏ । ଯୋଗ୍ୟ ବ୍ୟକ୍ତି ମୋ ସେବା କେନ୍ଦ୍ର ମାଧ୍ୟମରେ ଦରଖାସ୍ତ ଦାଖଲ କରିପାରିବେ ଓ ଋଣ ଦରଖାସ୍ତର ସ୍ଥିତି ଦେଖି ପାରିବେ । ବ୍ଳକ ତରପଂରୁ ହିତାଧିକାରୀଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆବେଦନକାରୀଙ୍କ ପ୍ରସ୍ତାବିତ ଗୃହର ନକ୍ସା ଓ ବ୍ୟୟ ଅଟକଳକୁ ଅନୁମୋଦନ କ୍ଷମତା ପ୍ରଦାନ କରାଯାଇଚ୍ଥି । ଅନୁମୋଦିତ ନକ୍ସା ଏବଂ ବ୍ୟୟ ଅଟକଳକୁ ବ୍ଳ୍‌କ ପକ୍ଷରୁ ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ କରାଯିବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆବେଦନକାରୀଙ୍କ ଦ୍ୱାରା ମନୋନୀତ ବ୍ୟାଙ୍କ ଶାଖାକୁ ଯୋଗ୍ୟ ଦରଖାସ୍ତ ପଂର୍ମ ସୁପାରିଶ କରିବେ । ଏହି ଯୋଜନାରେ ଗ୍ରାମ ପଞ୍ଚାୟତ, ବ୍ଳକ, ଜିଲ୍ଳ୍‌ା ଏବଂ ରାଜ୍ୟ ସ୍ତରରେ ଅଭିଯୋଗ ସମାଧାନର ବ୍ୟବସ୍ଥା ରହିଚ୍ଥି ବୋଲି ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ ଶ୍ରୀ ରାଠୋର ସ୍ପଷ୍ଟ କରିଥିଲେ ।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍‌ା ପରିଷଦ ଶ୍ରୀ ଅଶୋକ କୁମାର ବେଉରିଆ ବ୍ୟାଙ୍କ କର୍ମକର୍ତ୍ତା ମାନଙ୍କୁ ଏହି ଯୋଜନା ରାଜ୍ୟ ସରକାରଙ୍କ ୫ଞ ଅନୁପାଳନ ପୂର୍ବକ ପ୍ରସ୍ତୁତ କରାଯାଇଚ୍ଥି ଏବଂ ଏହା ମୋ ସରକାରର ଅନ୍ତର୍ଭୁକ୍ତ ବୋଲି ପ୍ରକାଶ କରିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ପ୍ରଣିତ ଏହି ଯୋଜନାକୁ ଯାଜପୁର ଜିଲ୍ଳ୍‌ାରେ ଶତ ପ୍ରତିଶତ ସପଂଳତା ଆଣିବାକୁ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଡିଓ ଏବଂ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment