ଜିଲ୍ଳ୍ା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Spread the love

ଯାଜପୁର,୦୧/୦୬/୨୦୨୨ (ସନ୍ଧାନ ନିଉଜ) : ମଙ୍ଗଳବାର ପୂର୍ବାହ୍ନରେ ବ୍ୟାସ ନଗର ପୌରପାଳିକା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକି୍ରୟାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଚ୍ଥି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ଏହି ଶୁଣାଣିରେ ମୋଟ ୯୨ ଗୋଟି ଅଭିଯୋଗ ମଧ୍ୟରୁ ସାମୁହିକ ୮ ଗୋଟି, ବ୍ୟକ୍ତିଗତ ୮୪ ଗୋଟି ଥିବାବେଳେ. ୦୭ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିପଂ୍ ପାଂଠିରୁ ସହାୟତା ପାଇଁ ୦୮ ଗୋଟି ଆବେଦନ ପତ୍ର ମିଳିଥିଲା । ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିସôା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ତତ୍କ୍ଷଣାତ୍ ୩୫ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅନ୍ୟ ୪୨ ଗୋଟି ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀ ମାନଙ୍କ ସମାଧାନ ପାଇଁ ନିଦେ୍ର୍ଦଶ ଦିଆଗଲା ।

Related Posts

About The Author

Add Comment