ଯାଜପୁର, ୧୪/୦୯/୨୦ (ସନ୍ଧାନ ନିଉଜ) : ଜିଲ୍ଳ୍ାର ୨୧ ତମ ଜିଲ୍ଳ୍ାପାଳ ଭାବେ ଦାୟିତ୍ୱ ନେଲେ ଚକ୍ରବର୍ତୀ ସିଂ ରାଠୋର । ସୋମବାର ପୂର୍ବାହ୍ନରେ ମା’ ବିରଜାଙ୍କ ମନ୍ଦିର ବାହାରେ ମା’ ଙ୍କୁ ପ୍ରଣାମ କରି ଆଶିର୍ବାଦ କାମନା କରିଥିଲେ ଶ୍ରୀ ରାଠୋର । ପରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ରାଠୋର ଏହା ପୂର୍ବରୁ ବରହମପୁର ମୁନିସିପାଲିଟି କର୍ପୋରେସନର କମିଶନର ଭାବେ କାର୍ଯ୍ୟରତ ଥିଲେ । ଜିଲ୍ଳ୍ାପାଳଙ୍କ ଦାୟିତ୍ୱ ଗ୍ରହଣ ସମୟରେ ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ନାୟକଙ୍କ ସହ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଳ୍ାପାଳ, କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଳ୍ାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଳ୍ାପାଳ ଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସ ଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା ଓ ଶ୍ରୀ ଦାସ ଶନିବାର ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ ।
ଜିଲ୍ଳ୍ାପାଳ ଭାବେ ଦାୟିତ୍ୱ ନେଲେ ଚକ୍ରବର୍ତୀ ସିଂ ରାଠୋର ।
|
September 14, 2020 |


