ଚଣ୍ଡିଖୋଲ, ୦୮/୦୫ (ସନ୍ଧାନ ନିୟୁଜ) କରୋନା ମହାମରୀ ସମୟରେ କେବଳ ଯେ ମଣିଷ ଜାତି ପ୍ରଭାବିତ ହୋଇଛି ତାହା ନୁହେଁ. ଜୀବ ଜନ୍ତୁ ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି. ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ସେବା ଜାରି ରହିଥିବା ବେଳେ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି. ବିଶେଷ କରି ମନ୍ଦିର ଗୁଡିକ ବନ୍ଦ ରହିଛି. ଯାଜପୁର ଜିଲ୍ଲା ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିର ଓ ଚଣ୍ଡୀମନ୍ଦିର ବନ୍ଦ ରହିଛି. ସେଠାରେ ବସବାସ କରୁଥିବା ମାଙ୍କଡ଼ ଓ ଗାଈ ଗୋରୁ ଖାଦ୍ୟ ଅଭାବ ରୁ ବେଶ ପ୍ରଭାବିତ ହୋଇଛନ୍ତି. ସେମାନଙ୍କ ମଧ୍ୟ ସହଯୋଗ ର ହାତ ବଢ଼ାଇଛି ଯାଜପୁର ଜିଲ୍ଲା ପ୍ରଶାସନ. ଯାଜପୁର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଓ ଦର୍ପଣ ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖ ମନ୍ଦିର ରେ ପହଁଚି. ମନ୍ଦିର ପ୍ରାଙ୍ଗଣ ରେ ଥିବା ମାଙ୍କଡ଼ ଓ ଗାଈ ଗୋରୁ ଙ୍କୁ ଶୁଖିଲା ଖାଦ୍ୟ ବ?ନ କରିଛନ୍ତି. ଏହି ଲକଡାଉନ ସମୟରେ ମନ୍ଦିର ବନ୍ଦ ରହିଥିବା ବେଳେ ପର୍ଯ୍ୟଟକ ଆସୁ ନଥିବା ବେଳେ ସେଠାରେ ଥିବା ମାଙ୍କଡ଼ ମାନେ ବେଶ ଭୁକିଲା ରହୁଛନ୍ତି. ମଣିଷ ସମାଜ ଓ ଜୀବ ଜଗତ ଉଭୟ ପରସ୍ପର ଉପରେ ନିର୍ଭର ଶୀଳ ସେଥିପାଇଁ. ଆମେ ବଂଚିବା ସହ କିପରି ଜୀବ ଜଗତ ବଂଚି ରହିବେ ସେଥିପାଇଁ ସମସ୍ତେ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି ଜିଲ୍ଲା ପ୍ରଶାସନ । କାର୍ଯ୍ୟକ୍ରମରେ ଦର୍ପଣ ତହସିଲଦାର ପ୍ରଦୀପ ସେଠୀ, ସାମ୍ବାଦିକ ସମରେନ୍ଦ୍ର ମାହାଲା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜିଲ୍ଳା ପ୍ରଶାସନ ପକ୍ଷରୁ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ପ୍ରଦାନ
|
May 8, 2021 |