ସୁନ୍ଦରଗଡ ତା:୪/୯/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ ) ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଶିକ୍ଷକ ,ଶିକ୍ଷୟିତ୍ରୀ ଓ ସେମାନଙ୍କ ପରିନାର ବର୍ଗଙ୍କୁ ସ୍ୱତନ୍ତ୍ର କୋବିଡ଼ ଟିକାକରଣର ଶୁଭାରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଲା
ମୁଖ୍ୟ ଚିକିତ୍ସାଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଏହି ସ୍ୱତନ୍ତ୍ର ଟିକାକରଣର ଶୁଭାରମ୍ଭ କରିବା ସହ କାର୍ଯ୍ୟ ତଦାରଖ କରିଥିଲେ । ଜିଲ୍ଲାର ସମସ୍ତ ସ୍କୁଲ ପର୍ଯାୟ କ୍ରମେ ଖୋଲିବା ଓ ଶିକ୍ଷାରମ୍ଭ ପୂର୍ବରୁ ଆବଶ୍ୟକ କୋବିଡ଼ ଭେକ୍ସିନ ପ୍ରଦାନ ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇଛି । ଏହି ଟିକାକରଣ ପ୍ରତ୍ୟେକ ବ୍ଲକରେ କରା ଯିବାର କାର୍ଯ୍ୟକ୍ରମ ରହିଛି ।
ଜିଲ୍ଲା ସ୍ତରରେ ସମସ୍ତ ଶିକ୍ଷକ ମାନକୁ ସ୍ୱତନ୍ତ୍ର ଟୀକାକରଣ ଶୁଭାରମ୍ଭ
|
September 5, 2021 |