ଜିଲ୍ଲା ଶିଳ୍ପ ବିଭାଗ ତରଫରୁ ସବଡେଗା ବ୍ଲକରେ ଆତ୍ମନିର୍ଭରଶୀଳ କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ ତା:୨୭/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲା ଶିଳ୍ପ ବିଭାଗ ତରଫରୁ ଅଞ୍ଚଳରେ ଶିଳ୍ପର ଯୋଜନା ଗୁଡିକୁ
ଲୋକଲୋଚନକୁ ଆଣିବାପାଇଁ ସବଡେଗା ବ୍ଲକ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂପ୍ରସାରଣ ଅଧିକାରୀ ଆଲୋକା ପ୍ରତିମା କିଡୋ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ।ଏହି ବୈଠକରେ ସରକାରଙ୍କ ବେକାର ଯୁବକ ଓ ଯୁବତୀଙ୍କୁ କର୍ମନିଯୁକ୍ତି ଦେବା ସହିତ ନିର୍ଭରଶୀଳ କରାଇବା ,ଗ୍ରାମାଞ୍ଚଳରେ ଲଘୁ ଉଦ୍ୟୋଗ ସହିତ ସ୍ୱଂୟଚାଳିତ ଗୋଷ୍ଠୀ ମାନଙ୍କୁ ପ୍ରାଧାନ୍ୟ ଦେଇ ଉନ୍ନତି ପଥକୁ ଅଗ୍ରସର କରିବାପାଇଁ ଜିଲ୍ଲା ଶିଳ୍ପବିଭାଗ ତରଫରୁ ଏକ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସୁବିଧା ସୁଯୋଗରେ ଆତ୍ମନିର୍ଭରଶୀଳ ହେବାର ମୂଳମନ୍ତ୍ର ଦିଆଯାଇଥିଲା । ଏହି ସବୁରେ ସଚେତନତାର ଅଭାବ ଯୋଗୁଁ ବହୁତ କମ ସଂଖ୍ୟାରେ ମହିଳା,ପୁରୁଷ ରହିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଡି.ଆଇ.ସି ର ଜେନେରାଲ ମ୍ୟାନେଜର ସୁଶୀଲ କୁମାର ମହାନ୍ତି ଯୋଗଦେଇ ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଏହି ଯୋଜନା ବିଷୟରେ ଅବଗତ କରିଥିଲେ । ଏହି କାଯ୍ୟକ୍ରମ ଦ୍ୱାରା ବେକାର ଯୁବକ ଯୁବତୀ ଉପକୃତ ହେବା ସହିତ ଅଞ୍ଚଳର ଅନେକାଂଶରେ ବିକାଶ ହେବବୋଲି ଶ୍ରୀଯୁକ୍ତ ମହାନ୍ତି ଜଣାଇଥିଲେ ।

Related Posts

About The Author

Add Comment