ଜିଲ୍ଲା ରେ ପଞ୍ଚାୟତିରାଜ ଦିବସ ପାଳିତ

Spread the love

ସୁନ୍ଦରଗଡ ତା:୨୪/୪/୨୦୨୫( ସନ୍ଧାନ ନ୍ୟୁଜ/ ଶୁଭ୍ରାଂଶୁ ପଣ୍ଡା) ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ତଳସରା ବିଧାୟକ ତଥା ଓଡ଼ିଶା ବିଧାନ ସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ରାସନ କାର୍ଡ ବଣ୍ଟନ ଶୁଭାରମ୍ଭ କରିବା ସହ ଯୋଗ୍ୟସହିତାଧିକାରୀଙ୍କୁ ରାସନ କାର୍ଡ ମଧ୍ୟ ବଣ୍ଟନ କରିଥିଲେ। ଏହି ମାଧ୍ୟମରେ ଗ୍ରାମୀଣ ଜନମାନସର ସଶକ୍ତିକରଣ ଓ ସୁବିଧା ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଗଲା। ପଞ୍ଚାୟତିରାଜ ଦିବସ ଗ୍ରାମ ଓ ଗ୍ରାମବାସୀଙ୍କର ସଶକ୍ତିକରଣ, ସମାଜର ମୂଳ ଢାଞ୍ଚାକୁ ସୁଦୃଢ଼ କରିବା ଓ ନିମ୍ନସ୍ତରରୁ ଉନ୍ନତିର ଆଧାର ତିଆରି କରିବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେବୋଲି ଉପବାଚସ୍ପତି ମହୋଦୟ ମତ ରଖିଥିଲେ ।

Related Posts

About The Author

Add Comment