ଜିଲ୍ଲା ମୁଖ୍ୟ ସରକାରୀ ବସଷ୍ଟାଣ୍ଡ ପାଲଟିଛି ଆବର୍ଜନାର ପେଁଥସ୍ଥଳୀ

Spread the love

ସୁନ୍ଦରଗଡ଼ ତା୧୮/୫/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ ) ଅନେକ ଥର ଗଣମାଧ୍ୟମରେ ଜିଲ୍ଲାର ସରକାରୀ ମୁଖ୍ୟ ବସ ଷ୍ଟାଣ୍ଡର ଅବସ୍ଥା ପ୍ରକାଶ କରାଯାଉଥିଲେ ମଧ୍ୟ ସରକାର ମୁକ ହୋଇ ରହିଥିବା ଦେଖା ଦେଇଛି । ସରକାର ସତେ ଯେପରି ସମସ୍ତ ସରକାରୀ ସଂସ୍ଥାକୁ
ରୂପାନ୍ତରିତ କରି କମ୍ପାନୀ ମାନଙ୍କ ହାତରେ ଟେକି ଦେଉଥିବା ଦେଖାଯାଉଥିବା ବେଳେ ବସ ପରିବହନ କୁ ପ୍ରାଇଭେଟ ବସ ମାଲିକ ମାନଙ୍କ ହାତରେ ଟେକିଦେଉଥିବା ଜଣା ପଡୁଛି । ବିଭିନ୍ନ ଉନ୍ନତି ମୁଲକ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲାର ମୁଖ୍ୟ ସରକାରୀ ବସ ଷ୍ଟାଣ୍ଡର ଅବସ୍ଥା ଦେଖି ପ୍ରଶାସନ ଲଜ୍ଜାଆବୁଡି ମରିବାକଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୂର୍ଣ୍ଣ ବସଷ୍ଟାଣ୍ଡରେ ପଲିଥିନ ଗଦା ହେବା ସହିତ କୁଢ଼ରେ ପରିପୂର୍ଣ୍ଣ ହେବା ସହିତ ଖୋଲା ପରିଶ୍ରାଗାର ପାଲଟିଛି । ଏହି ଗ୍ରୀଷ୍ମ ଖରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା ନ ଥିବା ସହିତ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ । ଏହି କାରଣରୁ ଯାତ୍ରୀମାନେ ଜୀବନ ଭୟରେ ଆତଙ୍କିତ ଅବସ୍ଥାରେ ଯିବା ଆସିବା କରୁଥିବାର ଫେଖିବାକୁ ମିଳିଛି । ତା ସହିତ ଗାଈ ଗୋରୁ ଏହି ପଲିଥିନ ସହିତ ଅଳିଆ ଆବର୍ଜନା ଖାଇ ଅନେକ ମୃତ୍ୟୁ ଘଟିଥିବା ବାରମ୍ବାର ସୂଚନା ଆସୁଛି । ପ୍ରସାସନ ନିରବ ଦୃଷ୍ଟା ସାଜି ଜିଲ୍ଲାର ସାଧାରଣ ଜନତାଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉଥିବାରୁ ଅନେକାଂଶରେ ଅସନ୍ତୋଷ ପ୍ରକାଶ ପାଉଛି । ଆଗାମୀ ବର୍ଷା ସମୟରେ ଏହି ସ୍ଥାନ ଆଉ କିପରି ଭୟାବହ ରୂପ ନେବ ତାହା ଦେଖିବାକୁ ବାକି ରହିଛି । ଜିଲ୍ଲାର ମୁଖ୍ୟ ବସଷ୍ଟାଣ୍ଡ ହୋଇଥିଲେ ମଧ୍ୟ ମୁଖ୍ୟତଃ ଚାରୋଟି ବସ ଚାଲୁଥିବା ସୂଚନା ମିଳିଛି ଯାହା ସରକାର ପାଇଁ ଏକ ଲଜ୍ଜାର ବିଷୟ ବୋଲି ଚର୍ଚ୍ଚା ହେଉଛି ।

Related Posts

About The Author

Add Comment