ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

Spread the love

ଯାଜପୁର, ୨୫/୦୪ (ସନ୍ଧାନ ନିଉଜ) : ହେଡ଼କ୍ୱାଟରରେ ରହୁନଥିବାରୁ ଏପରିକି ଦୈନିକ ଭୁବନେଶ୍ୱରରୁ ଯାଜପୁରକୁ ଯିବା ଆସିବା କରୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଲିଙ୍ଗରାଜ ଖଣ୍ଡାୟତ ରାୟଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ କୈଫିୟତ ତଲବ କରିଛନ୍ତି । ଅପରପକ୍ଷରେ ରୋଗୀସେବାରେ ଅନାସକ୍ତ, ଚିକିତ୍ସାଳୟ କର୍ତୃପକ୍ଷଙ୍କ ଆଦେଶର ଅବମାନନା, ସହଯୋଗ ନକରିବା, ରୋଗୀମାନଙ୍କୁ ନିଜ ଇଚ୍ଛା ଅନୁସାରେ ଚିକିତ୍ସା କରିବା ଇତ୍ୟାଦି ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କରୋନା ପରିପ୍ରେକ୍ଷୀରେ ସମସ୍ତେ ବର୍ତମାନ ଡାକ୍ତରମାନଙ୍କୁ ଦେବତା ସଦୃଶ୍ୟ ମାନୁଥିବା ବେଳେ ଓ ତାଙ୍କର ସୁରକ୍ଷା ସମ୍ମାନ ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ଉଦ୍ବିଗ୍ନ ଥିବାବେଳେ ରୋଗୀଙ୍କ ପ୍ରତି ଏଭଳି ମନୋଭାବନା ଦୁଃଖ ଦାୟକ ବୋଲି ଜିଲ୍ଲାପାଳ ମତଦେଇଛନ୍ତି ।

Related Posts

About The Author

Add Comment