ଜିଲ୍ଲା ମହାବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ନେଇ ଦାବିପତ୍ର ପ୍ରଦାନ

Spread the love

ସୁନ୍ଦରଗଡ ତା:୨୩/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲାର ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାର ଚାରୋଟି ବିଧାୟକ ଓ ବିଧାୟିକାଙ୍କୁ ଦାବିପତ୍ର
ପ୍ରଦାନ କରାଯାଇଛି । ଗତ ତା:୧/୬/୨୦୦୮ ରୁ ୩୦/୧୧/୨୦୧୩ ମଧ୍ୟରେ ନିଯୁକ୍ରି ପାଇଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ
ନିଷ୍ଠାର ସହିତ ପ୍ରାୟତଃ ୧୦ ରୁ ୧୨ବର୍ଷ ହେବ ସୁଚାରୁ ରୁପେ କାର୍ଯ୍ୟକରି ଆସୁଅଛନ୍ତି । ଏହି କର୍ମଚାରୀମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାର
ଇ.ଆଇ.ଏ ଅନ୍ତର୍ଭୁକ୍ତ କରିନାହାନ୍ତି । ଏହି ପରିପେକ୍ଷିରେ ଆଜି ଜିଲ୍ଲାର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ମାନେ ଜିଲ୍ଲାର ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ସଦର ବିଧାୟିକା କୁସୁମ ଟେଟେ , ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ଓ ବିରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Related Posts

About The Author

Add Comment