ବାରିପଦା, ୧୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)-ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ବାବଧାନରେ ଜିଲାରେ କୋଭିଡ଼-୧୯ ପରିଚାଳନା ତଥାସଚେତନତା କାର୍ଯ୍ୟକ୍ରମ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ମାର୍ଗଦର୍ଶିକାନୁଯାୟୀ କୋଭିରେ ଆକ୍ରାନ୍ତ ଜଟିଳ ରୋଗୀଙ୍କୁ ପୂଜମା ଥେରାପି ଚିକିତ୍ସା ବ୍ୟବସ୍ଥାର ପ୍ରଚାର ପ୍ରସାର ପାଇଁ ତ୍ବରାନିତ କରାଯାଉଥିବା ସହ କୋଭିଡରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିଙ୍କଠାରୁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମକୁ ଅଧିକ ପ୍ରୋତ୍ସାହିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଫେସିଲିଟେସନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ଜିଲ୍ଲାସ୍ତରୀୟ ସମୃଦ୍ଧନା କାର୍ଯ୍ୟକ୍ରମରେ ୬ ଜଣ ପ୍ଲାଜମାଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରି ସମ୍ବନ୍ଧିତ ହୋଇଥିବା ୬ ଜଣଙ୍କ ମଧ୍ୟରେ ରରୁଆଁ ବ୍ଲକର ଝୁମୁକାପାଳ ଗ୍ରାମ ଦୁର୍ଯ୍ୟୋଧନ ମାଝି, କପ୍ତିପଦା ବ୍ଲକର ବୁଇଁପୋଷି ଗ୍ରାମର ଆଲୋକ ଦେହୁରୀ, ରାସଗୋବିନ୍ଦପୁର ବ୍ଲକର ମଙ୍ଗଳପୁର ଝାଟିଆଡା ଗ୍ରାମର ଦୁଇ ଜଣ ହିମାଂଶୁ କୁଣ୍ଡ ଓ ଚନ୍ଦ୍ରକାନ୍ତ ଦାସ, ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଂଜିବ କୁମାର ବଇତାଳ ଏବଂ ଡୁକୁରା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରର ଡାକ୍ତର ଜୟନ୍ତ କୁମାର ସିଆଳ ପ୍ରମୁଖ ରହିଛନ୍ତି । ଏହା ପୂର୍ବରୁ ଗତ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪ ଜଣ ପ୍ଲାଜମାଦାତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲାପାଳ ଶ୍ରୀ ଭରଦ୍ୱାଜ ପ୍ଲାଜମା ଦାନ ପରି ଏକ ମହତ ତଥା ଜଟିଳ ଆକ୍ରାନ୍ତ କୌଭିଡ ରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରେରଣା ଉତ୍ସ ସାଜିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇବା ସହିତ ଜିଲାରେ ବର୍ତ୍ତମାନ ସୁଦ୍ଧା ତିନି ହଜାରରୁ ଉଦ୍ଧ ବ୍ୟକ୍ତି କୋଭିଡରୁ ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବା ପାଇଁ ପରାର୍ମଶ ଦେଇଥିଲେ । ଏହି ଅବସରରେ ପ୍ଲାଜମାଦାତା ବଡସାହି, ସିଏସିର ଡା, ବଇତାଳ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ରାଜସ୍) ବିବେକାନନ୍ଦ ସାହୁ, କୋଭିତ୍-୧୯ ଜିଲା ପ୍ଲାଜମା ଥେରାପି ନୋଡାଲ ଅଫିସର ତଥା ବାରିପଦା ଆଦିବାସୀ ସମନିତ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବସନ୍ତ କୁମାର ସେଠୀ, ଜିଲା ଜରୁରୀକାଳୀନ ଅକାରୀ ସୁଜୟ କୁମାର ପତି, ବାରିପଦା ସଦରର ଅତିରିକ୍ତ ଉପଜିଲାପାଳ ପ୍ରକାଶ୍ ବେହେରା ପ୍ରମୁଖଙ୍କ ସମେତ ସଂପୃକ୍ତ ପଦାକାରୀ ଉପସ୍ଥିତ ରହି ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧନା
|
September 13, 2020 |


