ଜିଲ୍ଲା ପରିଷଦ ନବମ ସାଧାରଣ ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ୦୭/୦୩ (ସନ୍ଧାନ ନିୟୁଜ) କୃଷି ଭାରତର ଆତ୍ମା ସଦୃଶ । ସେ ଯୋଗୁଁ ଗାନ୍ଧିଜୀ କହୁଥିଲେ ଗ୍ରାମ୍ୟ କୃଷି ସୁଦୃଢ ହେଲେ ଦେଶର ଅର୍ଥନୀତି ମଜବୁତ ହୋଇପାରିବ । ରାଜ୍ୟ ସରକାର ମଧ୍ୟ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆମ କୃଷି ଯୋଜନା ପ୍ରଣୟନ କରିଚ୍ଥନ୍ତି ବୋଲି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମତ ଦେଇଚ୍ଥନ୍ତି । ଶନିବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ୱ ରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୫ମ ଜିଲ୍ଲା ପରିଷଦର ନବମ (ସ୍ୱତନ୍ତ୍ର) ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ବିଧାୟକ ଶ୍ରୀ ବଳବନ୍ତରାୟ ଯେ ହେତୁ ଜିଲ୍ଲା ପରିଷଦର ଏହି ସ୍ୱତନ୍ତ୍ର ଅଧିବେଶନରେ କୃଷି ସଂପର୍କିତ ଆଲୋଚନାକୁ ଗୁରୁତ୍ୱ ଦିଆଯାଇଚ୍ଥି । ତେଣୁ କୃଷି ସହ ଜଡିତ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କୃଷକ ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା କରିଚ୍ଥନ୍ତି । ଏହାର ସୁ ପଂଳ ଯେପରି ସମସ୍ତ କୃଷକ ସମାଜକୁ ପ୍ରାପ୍ତ ହୁଏ, ସେଥିପ୍ରତି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । କୃଷି ଉପନିଦେ୍ର୍ଦଶକ ଶରତ କୁମାର ପୃଷ୍ଟି ବୈଠକର ନିର୍ଯ୍ୟାସକୁ ସରକାରଙ୍କୁ ପ୍ରେରଣ କରିବା ସହ ଏହା ଉପରେ ସରକାରଙ୍କର ପରାମର୍ଶକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଥିଲେ । ସରକାରଙ୍କର ନିଷ୍ପତ୍ତି ଅନୁସାରେ ନିର୍ଦ୍ଧାରିତ ରିହାତି ଦରରେ ବିହନ ସିଧାସଳଖ ସୁବିଧା ହସ୍ତାନ୍ତର ମାଧ୍ୟମରେ ଚାଷୀ ମାନଙ୍କୁ ୧୨୨ ଗୋଟି ପ୍ୟାକ୍ସ ଓ ୬୬ ଗୋଟି ରାଜ୍ୟ ବିହନ ନିଗମର ପଞ୍ଜିକୃତ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯାଊଅଚ୍ଥି । ସେହିପରି ସାର ମଧ୍ୟ ଏହି ଠାରୁ ଚାଷୀମାନେ କ୍ରୟ କରିପାରୁଚ୍ଥନ୍ତି । ଊନ୍ନତ ଚାଷ ପାଇଁ ମୃତ୍ତିକା ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଚ୍ଥି । ଚଳିତ ବର୍ଷ ୧୬୪୦ ନମୁନା ସଂଗ୍ରହ ଲକ୍ଷ ଥିବାବେଳେ ୧୦୮୭ ର ଲକ୍ଷ୍ୟ ହାସଲ ହୋଇଚ୍ଥି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଜିଲ୍ଲାର ୩୧୧ ଟି ପଞ୍ଚାୟତର ୫୦ ଜଣ ଆଗୁଆ ଚାଷୀଙ୍କୁ ଜୀବ ନାଶକର ନିରାପଦ ବ୍ୟବହାର ପାଇଁ ସଚେତନ କରାଯାଇଚ୍ଥି । ଆମ କୃଷି ସଂପର୍କିତ ଜ୍ଞାନ , ବୈଷୟିକ ଜ୍ଞାନ ଇତ୍ୟାଦି ସଂପର୍କରେ ଜାଣିବା ପାଇଁ ନିଶୁଳ୍କ ନମ୍ୱର ୧୮୦୦୧୦୨୫୧୬୬ ଓ ମିସ୍ କଲ୍ ନମ୍ୱର ୦୬୭୪୬୬୬୭୧୭୧ ରେ ଯୋଗାଯୋଗ କରାଯାଇପାରିବ । ଜତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର କାର୍ଯ୍ୟକ୍ରମ, ନୂତନ ଜ୍ଞାନ କୈାଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ପୁଂଆର ଜଳସେଚନ, ପାଣି ମଡାଇବା ପାଇପ, ରେନଗନ, ପାଣି ପମ୍ପ, ହସ୍ତ ଓ ଶକ୍ତି ଚାଳିତ କୀଟ ନଶକ, ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଇଚ୍ଥି । ସେହିପରି ପ୍ରଧାନମନ୍ତ୍ରୀ ପଂସଲ ବୀମା ଯୋଜନା, ମୁଖ୍ୟ ବୀମା ସୁରକ୍ଷା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୈାର ଜନନିଧି ଯୋଜନା ଇତ୍ୟାଦି ସଂପର୍କରେ ଅବଗତ କରାଯାଇଥିଲା । ଅପର ପକ୍ଷରେ ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଚ୍ଥାୟା ପ୍ରକଳ୍ପ , ମସô ସମ୍ପଦ ବିଭାଗର ବିବିଧ ଯୋଜନା ସଂପର୍କରେ ସୂଚୀତ କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଉପସଭାପତି ଅମୂଲ୍ୟବାଳା ପାତ୍ର, କୃଷି ଅଧିକାରୀ ଶ୍ରୀଧର ଦାସ ପ୍ରମୁଖ ଯୋଗଦେଇ ବିବିଧ ସୂଚନା ପ୍ରଦାନ କରିଥିଲେ । ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବି.ଡି.ଓ., ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment