ଜିଲ୍ଲା ପରିକ୍ରମା ଭୂମିହୀନ ପରିବାରଙ୍କ ତହସିଲ କାର୍ଯର୍୍ୟାଳୟ ଘେରାଉ

Spread the love

ଭଦ୍ରକ, ୨୮/୮ (ସନ୍ଧାନ ନିୟୁଜ)– ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଭୂମିହୀନ ଲୋକଙ୍କୁ ଜମିପଟା ଯୋଗାଇଦେବାର ଯୋଜନା ପ୍ରଣୟନ କରିଥିବାବେଳେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ଏରେଇଁ ପଂଚାୟତରେ ତାହା ପ୍ରହସନରେ ପରିଣତ ହୋଇଛି । ଏହି ପଂଚାୟତର ୧ ଓ ୨ନଂ ୱାର୍ଡରେ ପ୍ରାୟ ୩ ଶହରୁ ଉଦ୍ଧ୍ୱର୍ ଭୂମିହୀନ ପରିବାର ସରକାରଙ୍କ ଏହି ଯୋଜନାରୁ ବଂଚିତ ହୋଇ ଆସୁଛନ୍ତି । ଏ ଦିଗରେ ସେମାନେ ବହୁବାର ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ । ଆଜି ଚାଷୀ ମୂଲିଆ ସଂଘ ଭଦ୍ରକ ଜିଲା ଶାଖାର ସଂପାଦକ ସୁଶାନ୍ତ ଜେନା, ବ୍ଲକ୍ ସଭାପତି ପୂର୍ଣ୍ଣ ସିଂ, ପଂଚାୟତର ସଭାପତି ବଳରାମ ନାୟକ, ସଂପାଦକ ଗଜେନ୍ଦ୍ରନାଥ ହେମ୍ବ୍ରମ୍ ପ୍ରମୁଖଙ୍କ ନେତୃତରେ ଏହି ଭୂମିହୀନ ପରିବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ପରବର୍ତ୍ତୀ ସମୟରେ ତହସିଲଦାର ପ୍ରଦୀପ ସାହୁଙ୍କ ନିଦେ୍ର୍ଦଶ କ୍ରମେ ଏମାନଙ୍କ ମଧ୍ୟୁରୁ ପ୍ରଥମ ପର୍ଯ୍ୟାୟରେ ୨୨୮ ଜଣଙ୍କର ଫର୍ମ ଦାଖଲ ହୋଇ ଚରମ୍ପା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା । ଫଳରେ ଏହି ଘେରାଉ ପ୍ରତ୍ୟାହୃତ ହୋଇଥିଲା ।

Related Posts

About The Author

Add Comment