ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ଉଦ୍‍ଘାଟିତ

Spread the love

ବାଲିଗୁଡା,20/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍‍ର ଇନ୍ଦ୍ରଗଡ଼ଠାରେ ଓଡ଼ିଶା କ୍ଷୁଦ୍ର ଦାନା ଶସ୍ୟ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ସହଯୋଗରେ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥିଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ସେ ମାଣ୍ଡିଆ ଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟ ସରକାରଙ୍କର ଏହିପରି କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ପ୍ରୋତ୍ସାହନ ରାଶି ସହିତ ମାଣ୍ଡିଆ ଦର ବୃଦ୍ଧିକୁ ସମସ୍ତେ ଉପଲବ୍ଧି କରି ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମଣ୍ଡି ମାଧ୍ୟମରେ ସମସ୍ତ ଚାଷୀ ମାଣ୍ଡିଆ ବିକ୍ରିକରି ମାଣ୍ଡିଆର ପ୍ରକୃତ ମୂଲ୍ୟ ପାଇପାରିବେ ଓ ମାଣ୍ଡିଆ ଭଳି ପୁଷ୍ଟିକର କ୍ଷୁଦ୍ରଦାନା ଶସ୍ୟ ଚାଷ କରି ଚାଷୀମାନେ ଲାଭବାନ୍‍ ହୋଇପାରିବେ ବୋଲି ସ୍କିମ୍‍ ଅଫିସର ଅନିଲ୍‍ କୁମାର ପ୍ରହରାଜ କହିଛନ୍ତି।ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପେନ୍ଦ୍ର ପ୍ରଶାଦ ପାଢୀ, ରାଇକିଆ ସହକୃଷୀ ଅଧିକାରୀ ନରେଶ ପ୍ରଧାନ, ବାଲିଗୁଡା ଏସ୍‍.ଏ.ଆର.ସି.ଏସ୍‍ ସବ୍ୟସାଚୀ ହନୁମାନ, ୱାସନର ଜିଲ୍ଲା ସଂଯୋଜକ ଉମାକାନ୍ତ ବଳବନ୍ତରାୟ, ଟିଡିସିସିର ଜିଲ୍ଲା ମାର୍କେଟିଙ୍ଗ ଅଫିସର ଧବଳେଶ୍ୱର ପଣ୍ଡା, ସ୍ଥାନୀୟ ସରପଂଚ ଭିକାରୀ ମଲ୍ଲିକ୍‍ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ ଆଗକୁ ଜାରି ରଖିବା ନିମନ୍ତେ ଉତ୍ସାହିତ କରିଥିଲେ ଓ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଇନ୍ଦ୍ରଗଡ ସମେତ ଆଖ ପାଖ ଅଂଚଳର ଚାଷୀମାନେ ଯୋଗଦେଇ ମାଣ୍ଡିଆ ବିକ୍ରୟ କରିଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସ୍ୱାତୀ ଅନିଷ୍ଠାନର ପ୍ରକଳ୍ପ ସଂଯୋଜକ ଗିରୀଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ।

Related Posts

About The Author

Add Comment