ଜିଲ୍ଲାରେ ଚିକିତ୍ସା ସେବା ଠପ୍

Spread the love

ବାରିପଦା, 12.12.2020  (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ଆୟୁର୍ବେଦ  ଡାକ୍ତରମାନଙ୍କୁ ରୋଗୀଙ୍କ ଅସ୍ତ୍ରୋପଚାର ଅନୁମତିକୁ ବିରୋଧ କରିଛି । ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ସରକାରଙ୍କର ଏହି ନିଷ୍ପତ୍ତିକୁ ଦେଶବ୍ୟାପୀ ଡାକ୍ତରମାନେ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ ସମର୍ଥନ କରି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଡାକ୍ତରମାନେ ଆଜି ଆନ୍ଦୋଳନରେ ସାମିଲ ହୋଇଥିଲେ। ଫଳରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା  ଯାଏ ବାରିପଦା ପିଆରଏମ୍ ମେଡିକାଲ୍ କଲେଜ ଓ ହସପିଟାଲ୍ ସହିତ ଜିଲ୍ଲାର ସମସ୍ତ ସିଏଚସି, ପିଏଚସି ଆଦି ସରକାରୀ ଚିକିତ୍ସାଳୟରେ କେବଳ  ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଓ  କୋଭିଡ଼ ଚିକିତ୍ସାକୁ ବାଦ ଦେଇ ଅନ୍ୟ ସମସ୍ତ ଚିକିତ୍ସା ସୁବିଧା ଠପ୍ ହୋଇଯାଇଥିଲା । ସେହିପରି ଘରୋଇ କ୍ଲିନିକଗୁଡ଼ିକରେ ମଧ୍ୟ ଜରୁରିକାଳୀନ ସ୍ଵାସ୍ଥ୍ୟ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଚିକିତ୍ସା ବନ୍ଦ ରହିଥିଲା। ଉକ୍ତ ଆନ୍ଦୋଳନରେ ଭାରତୀୟ ଚିକିତ୍ସକ ସଂଘ, ମୟୁରଭଞ୍ଜ ଶାଖା ସଭାପତି ଡା. ଏସ୍.ଆର ଦାଶ, ସମ୍ପାଦକ ଡା. ବି.ଏନ ଦାସ, ଉପସଭାପତି ଡା. ଶିବାନନ୍ଦ ମହାନ୍ତି, ଡା. ସାଲୋରାମା ହାଁସଦା, ଡା. ଏସ୍.ଏସା ଖଣ୍ଡେଲୱାଲ, ଡା. କେ.ସି ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Related Posts

About The Author

Add Comment