ବାଲେଶ୍ଵର ୨୧/୦୭ (ସନ୍ଧାନ ନ୍ୟୁଜ୍)-: ସୋମବାରରେ ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନୀଳଗିରି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ନୀଳଗିରି ହସ୍ପିଟାଲ ପରିସରକୁ ଯାଇ ସ୍ୱାସ୍ଥ୍ୟ ସେବା ନେଇ ସମୀକ୍ଷା କରିଥିଲେ।କୋଭିଡ ଟୀକାକରଣ ଉପରେ ଗୁରୁତ୍ୱ ଦେଇଥିଲେ।ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ।ପରେ ଉପଜିଲ୍ଲାପାଳ ଅଫିସ ରେ ସମସ୍ତ ବିଭଗୀୟ ଅଧିକାରୀ ଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ।
ସରକାରୀ ଯୋଜନା କୁ ସଠିକ ଭାବେ ରୂପାୟନ କରିବାକୁ ଉପସ୍ଥିତ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ପରେ କେସିହାଇସ୍କୁଲ ପରିସରରେ ଆମ ସ୍କୁଲ ଯୋଜନା ରେ ଚାଲିଥିବା ମୂଳକ କାର୍ଯ୍ୟର ତଦାରଖ କରିବା ସହ ସ୍କୁଲ କର୍ତ୍ତୃପକ୍ଷ,କାର୍ଯ୍ୟ ତଦାରଖ କରୁଥିବା ପୁର୍ତ୍ତ ବିଭାଗର ଏସଡିଓ,ଯନ୍ତ୍ରୀ ଓ ପୁରାତନ ଛାତ୍ର ସଂଘର ସଦସ୍ୟ ଙ୍କ ଆଲୋଚନା କରିଥିଲେ।