ଜିଲ୍ଲାପାଳଙ୍କ କୋରେଇ ବ୍ଲକର ଉନ୍ନୟନ କାର୍ଯ୍ୟର ସମୀକ୍ଷା

Spread the love

ଯାଜପୁର, ୧୯/୦୬ (ସନ୍ଧାନ ନିଉଜ) : କରୋନା ପାଇଁ ଅନେକ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଚ୍ଥି । ସରକାରଙ୍କର କରୋନା ବିରୁଦ୍ଧରେ ସଂଗ୍ରାମ ସହ ଲୋକଙ୍କ ଜୀବନ ରକ୍ଷା ଓ ସଂକ୍ରମଣକୁ ରୋକିବା ପ୍ରାଥମିକତା ଥିଲା । ବର୍ତ୍ତମାନ ଜିଲ୍ଳ୍ାକୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ପେଂରିଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କର ମଧ୍ୟ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଚ୍ଥି । ଏହି ସମୟରେ ସମସ୍ତଙ୍କର କାର୍ଯ୍ୟ କିପରି ବିଭିନ୍ନ ପ୍ରକଳ୍ପରେ ଲୋକ ମାନଙ୍କୁ ସାମିଲ କରି ସେମାନଙ୍କର ଆର୍ଥିିକ ସ୍ଥିତିକୁ ସଜାଡିବା । ଏ କ୍ଷେତ୍ରରେ ଅବହେଳା କରୁଥିବା ଯେ କୈାଣସି କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସତର୍କ କରାଇ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ କୋରେଇ ବ୍ଳକ ପରିସରରେ ମନରେଗା, ଜୀବିକା ମିଶନ, ଗ୍ରାମ୍ୟ ଆବାସ ଇତ୍ୟାଦି ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକୁ ସମୀକ୍ଷା କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ପ୍ରତ୍ୟେକ ପଞ୍ଚାୟତରେ ମନରେଗାର ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଚୂଡାନ୍ତ କରିବା, ପ୍ରକଳ୍ପକୁ ମଂଜୁର କରାଇବା, ଆଗ୍ରହୀ ଲୋକ ମାନଙ୍କର ତାଲିକା କରି କାର୍ଯ୍ୟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଆବାସ ଯୋଜନାରେ ପାଇଥିବା ଘର ଗୁଡିକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିବା, ଶୈାଚାଳୟ ଗୁଡିକୁ ଶିଘ୍ର ସାରିବା, ବର୍ଷାଦିନେ ବୃକ୍ଷ ରୋପଣ, ଟ୍ରେଞ୍ଚ ଖୋଳା, ବଗିଚା ଇତ୍ୟାଦି କାର୍ଯ୍ୟକୁ ଅଗ୍ରାଧିକାର ଦେବାକୁ ଜିଲ୍ଳ୍ାପାଳ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ ଯେଉଁମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଘରେ ସଙ୍ଗରୋଧରେ ରହି ୧୪ ଦିନର ଅବଧି ସରକାରଙ୍କର ନିୟମ ଅନୁଯାୟୀ ପୂରଣ କରିଚ୍ଥନ୍ତି ଓ ଟି.ଏମ୍.ସି. ରେ ରହିବା ମଧ୍ୟରେ କିଚ୍ଥି କାମ କରିଚ୍ଥନ୍ତି ସେମାନଙ୍କୁ ମଧ୍ୟ ନିୟମ ଅନୁସାରେ ପ୍ରଦତ୍ତ ଅର୍ଥକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ତୁରନ୍ତ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ଯେଉଁ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ବିଭିନ୍ନ କରାରଣରୁ ନିର୍ମାଣ ହୋଇପାରି ନାହିଁ ତାହାକୁ ତୁରନ୍ତ ବି.ଡି.ଓ., ତହସିଲଦାର ଓ ସି.ଡି.ପି.ଓ. ମାନେ ଅନୁଧ୍ୟାନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଓ ନିର୍ମାଣାଧିନ ଗୁଡିକୁ ପୂର୍ଣ୍ଣାଙ୍ଗ କରିବାକୁ ନିଦେ୍ର୍ଦଶ ଦେଇଥିଲେ । କୈାଣସି ସରକାରୀ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଥିଲେ ତାହାକୁ ତୁରନ୍ତ ସଂପୃକ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ସଂପୃକ୍ତ ଏଜେନ୍ସି ବା କଣ୍ଟ୍ରାକ୍ଟରକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି । ଏହି ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, କୋରେଇ ବି.ଡି.ଓ. ସ୍ୱେତାସ୍ନିଗ୍ଧା, ବ୍ୟାସନଗର ଅତିରିକ୍ତ ତହସିଲଦାର ରଶ୍ମିତା ସ୍ୱାଇଁ, ଆବାସ ଯୋଜନାର ଡି.ପିି.ସି. ସଲମା ବେଗମ୍ ପ୍ରମୁଖ ଯୋଗ ଦେଇଥିଲେ ।

Related Posts

About The Author

Add Comment