ବାରିପଦା ୧୧/୯/୨୦(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ତତ୍ବାବଧାନରେ ପ୍ରସାଶନିକ ଜିଲ୍ଲାସ୍ତରୀୟ ଟିମ୍ ବାରିପଦା ବାଙ୍କିଶୋଳ ସ୍ଥିତ କୋଭିଡ ହସ୍ପିଟାଲ ଓ ଲକ୍ଷ୍ମୀପୋଷୀ ସ୍ଥିତ ଅନ୍ବେଷା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ଏଥିସହିତ କୋଭିଡ ଚିକିତ୍ସା ପରିଚାଳନା ତଥା ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ହସ୍ପିଟାଲର କାର୍ଯ୍ୟଧାରା ନୀରିକ୍ଷଣ କରିଥିଲେ । ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରୂପଭାନୁ । ମିଶ୍ର, ବାରିପଦା ଉପଜିଲ୍ଲାପାଳ ପି.ଅବୈଷା ରେଡ଼ି, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ ପତି ପ୍ରମୁଖ ସାମିଲ ଥିଲେ । ଜିଲ୍ଲାପାଳ ଶ୍ରୀ ଭରଦ୍ଵାଜ ହସି ଟାଲର ଚି କି ସାଧନ ଅନ୍ତେବାସୀଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଉତ୍ସାହିତ କରିଥିଲେ । ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ତଥା ବାଙ୍କିଶୋଳ କିମ୍ବା କୋଭିଡ ହସ୍ପିଟାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ, ସହକାରୀ ଜିଲ୍ଲାପାଳ ନିର୍ବାଚନ) ତଥା ଭାରପ୍ରାପ୍ତ ଅଧିକାରୀ କିମସ କୋଭିଡ ହସ୍ପିଟାଲ ବାଙ୍କିଶୋଳ, କୋରୋନା ସଂଯୋଜକ ତଥା ଅବୈଷାର ନୋଡାଲ ଅଫିସର, ବାରିପଦା ବିଇଓ ତଥା କରୋନା କେୟାର ସେଣ୍ଟରର ଫୁଡ ଇନଚାର୍ଯ୍ୟ, ସମସ୍ତ ସିଆରସିସି, ହସ୍ପିଟାଲ ମ୍ୟାନେଜର ତଥା ଅବୈଷା କୋଭିଡ କେୟାର ସେଣ୍ଟରର ଇନଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍