ଯାଜପୁର ସଦର, ୨୨/୦୫/୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାର କୃଷକ ମାନଙ୍କୁ ଅବହେଳା କରାଯାଉଥିବାକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଶରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୩ ତାରିଖ ଦିନ ଧାରଣା ଦିଆଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ସଭ୍ୟମାନେ ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସନ୍ତା ୨୩ ତାରିଖରେ ଘେରାଉ କରାଯିବ ବୋଲି ସୂଚନା ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଚାଷୀ ମାନଙ୍କ ପେନସନକୁ ନେଇ ଦିର୍ଘଦିନ ଧରି ଆନେ୍ଦାଳନ ଜାରି ରହିଥିବା ବେଳେ, ଏହି ସଂଗଠନ ପକ୍ଷରୁ ୧୪ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ରାଜ୍ୟ ସହସଂଜୋଜକ ନିମାଇଁ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଓଡ଼ିଶାର ୩୬ ଲକ୍ଷ ଚାଷୀଙ୍କୁ ମାସକୁ ୫ହଜାର ଟଙ୍କା ପେନସନ ଏବଂ ବଜେଟରେ ୨୧, ୬୦୦ କୋଟି ଟଙ୍କା ବ୍ୟବସ୍ଥା କରାଯିବା ସହିତ ୫୦୦ ଟଙ୍କା ପରିବତ୍ତେ ୨୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଧାନ କ୍ୱିଣ୍ଟାଲ ୨୯୦୦ ଟଙ୍କାକୁ ବୃଦ୍ଧୃ କରିବା କରୋନା କାଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷତି ପୁରଣ ୧ଲକ୍ଷ ଟଙ୍କା ପୁରଣ କରିବା କାଳିଆ ଯୋଜନାରୁ ବଞ୍ଚôତ ହୋଇଥିବା ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା କ୍ଷୁଦ୍ର ଚାଷୀଙ୍କୁ ୧୦ ହଜାର ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରିବା ଧାନମଣ୍ଡିରେ ସ୍ୱତ୍ସତା ଆଣିବା ସହିତ ଚାଷୀଙ୍କ ଠାରୁ ଗଚ୍ଛିତ ହୋଇଥିବା ଧାନ କିଣିବା, ବିଦ୍ୱୁତ କାଟ ବନ୍ଦକରିବା, ବିନା ଟିକସରେ ବିଦ୍ୱୁତ ଯୋଗାଇଦେବା, ପ୍ରାକୃତିକ ସହାୟତା, ବିମା କ୍ଷତିପୁରଣ ତୁରନ୍ତ ପ୍ରଦାନ କରିବା, ଅଚଳ ଉଠା ଜଳସେଚନ ପଏଣ୍ଟକୁ ସଚଳ କରିବା, ବେରୋଜଗାର ଯୁବକ ମାନଙ୍କୁ ଚାକିରୀ ଦେବା, ପନିପରିବା ଚାଷ ଏଜିଲ୍ଲାରେ ହେଉଥିବାରୁ ଶୀତଳ ଭଣ୍ଡାର ନିର୍ମାଣ କରିବା, ଫସଲ ନଷ୍ଟ କରୁଥିବା ମାଙ୍କଡ଼, ଷଣ୍ଢ ଦାଉରୁ ରକ୍ଷା କରିବା, ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ସହିତ ୧୪ଟି ପ୍ରସଙ୍ଗକୁ ନେଇ ନବନିର୍ମାଣ ଯୁବକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଜଣାଯାଇଚି । ୨୩ ତାରିଖ ଏନସି କଲେଜ ନିକଟରୁ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖନରେ ପହଁଞ୍ଚôବା ସହିତ କୃଷକ ମହିଳା ଯୋଗଦେବା ପାଇଁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ନିବେଦନ କରିଛନନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଁଞ୍ଚôବ କୃଷି ସଂଗଠନ
|
May 22, 2022 |