ଧର୍ମଶାଳା,୧୯/୮ (ସନ୍ଧାନ ନିୟୁଜ/ମାନସ ରାଉତ)ଧବଳଗିରି ନେସ୍କୋ ଅଧିନସ୍ଥ ଧର୍ମଶାଳା ବ୍ଲକ ନରସିଂହପୁର ଠାରେ ହୋଇଥିବା ନୂତନ ବିଦୁ୍ୟତ ଷ୍ଟ୍ରକଚର ନିମନ୍ତେ ଜାତୀୟ ରାଜପଥର ରଥିଆ ଠାରୁ ଭାୟା ୧୪ ନମ୍ବର ଶାଖା କେନାଲ ଦେଇ ଯାଉଥିବା ବିପଦ ସଙ୍କୁଳ ବିଦୁ୍ୟତ ଲାଇନ ସମ୍ବଦ୍ଧରେ ସମାଜସେବୀ ମିହିର କୁମାର ଖୁଣ୍ଟିଆ ପୁନର୍ବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୨୦୧୬ ମସିହାରେ ମଧ୍ୟ ଏ ସଙ୍କ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲେ । ସେ ମାମଲାକୁ ତୁରନ୍ତ ଫଇସାଲା କରିବା ପାଇଁ ଜିଲ୍ଲାପାଳଙ୍କୁ ମାନ୍ୟବର ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଆଦେଶକୁ ବିଦୁ୍ୟତ ବିଭାଗର ଅଧିକାରୀମାନେ ଅବମାନନା କରି ନିଜସ୍ୱ ପ୍ଲାନରେ ପୂର୍ବପରି ବିଦୁ୍ୟତ ତାର ଟାଣୁଛନ୍ତି । ଖୁଣ୍ଟ ଗୁଡିକୁ ଉପଯୁକ୍ତ ସ୍ଥାନକୁ ନଉଠାଇ ସେହି ପୁରୁଣା ଖୁଣ୍ଟରେ ବିଦୁ୍ୟତ ସଂଯୋଗ ଜାରି ରହିଛି । ଏହା ସଂଯୋଗ କରିବା ଦ୍ୱାରା ଜନସାଧାରଣ ପ୍ରତି ବିପଦ ସୃଷ୍ଟି ହେଉଛି । ଗାଇଗୋରୁଙ୍କ ପ୍ରତି ମଧ୍ୟ ବିପଦ ରହିଛି । କେନାଲ ଉପରେ ବଡମଙ୍ଗଳପୁର ଓ ସାନ ମଙ୍ଗଳପୁର, ସେବତୀପୁର, ଅରଖପଦା ଅଞ୍ଚଳର ଲୋକମାନେ ଚାଷ ଜମି ଥିବାରୁ ଏଠାକୁ ଯାତାୟତ କରିଥାନ୍ତି । ଏଥି ପାଇଁ ଜଳସେଚନ ବିଭାଗର କୋଟି କୋଟି ଟଙ୍କା ଆସୁଥିବା କେନାଲ ନିର୍ମାଣ ବାବଦରେ ଖର୍ଚ୍ଚ କରାଯାଇ କେନାଲ ଉଚ୍ଚା ହେବା ଦ୍ୱାରା ତାର ଦୂରତା କମି କମି ଯାଉଛି । ଏହା ଜନଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି । ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ବିଦୁ୍ୟତ ବିଭାଗ ଜଳସେଚନ ବିଭାଗର କୌଣସି ଅନୁମତି ମଧ୍ୟ ନେଇ ନାହାନ୍ତି । ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ, ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ଦୃଷ୍ଟି ରଖି ବିଦୁ୍ୟତ କାର୍ଯ୍ୟ କରିବା ପାଇଁ ନିଦେ୍ର୍ଦଶ ରହିଥିଲା । କିନ୍ତୁ ଏସବୁ ପ୍ରତି ବିଦୁ୍ୟତ ବିଭାଗ ଅଣଦେଖା କରି ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ଶ୍ରୀ ଖୁଣ୍ଟିଆ ପୁର୍ନବାର ହାଇକୋର୍ଟରେ ଏକ ମାମଲା (ଡବ୍ଲୁପିସି-୧୪୪୫୭/୨୦୧୯)ରୁଜୁ କରିଛନ୍ତି । ଆଇନଜୀବି ସୁନିଲ କୁମାର ପଣ୍ଡା ମାମଲା ପରିଚାଳନା କରୁଛନ୍ତି ।
ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କଲା ବିଦ୍ୟୁତ ବିଭାଗ; ପୁଣି କୋର୍ଟର ଦ୍ୱାରସ୍ଥ ହେଲେ ସମାଜସେବୀ
|
August 18, 2019 |



