ଜିଲାରେ କୋଭିତ ମୃତକଙ୍କ ସଂଖ୍ୟା ସରକାରୀ ତଥ୍ୟଠାରୁ ଅଧିକ

Spread the love

ବାରିପଦା, 15/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  ବିଶ୍ୱ ବ୍ୟାପି କରୋନା ମହାମାରୀ ଭୟଙ୍କର ରୂପ ନେବା ସହିତ ଆତଙ୍କ ସୃଷ୍ଟି କରି ଚାଲିଛି । ଗତ ମାର୍ଚ୍ଚଠାରୁ ରାଜ୍ୟରେ କୋଭିଡ- ୧୯ର ସଂକ୍ରମଣ କାୟା ମେଲାଇଥିବା ସହିତ ରାଜ୍ୟର ଅନ୍ୟାନ୍ୟ ଜିଲାଗୁଡିକରେ ସଂକ୍ରମଣ ବୃଦ୍ଧି ପାଇ ଚାଲିଛି । କିନ୍ତୁ ମୟୂରଭଞ୍ଜ ଜିଲାରେ ପ୍ରଥମ କରି ଗତ ମେ ୭ ରେ କପ୍ତିପଦା ବ୍ଲକର ସରକାରୀ ବାରେଣ୍ଟାଇନ କେନ୍ଦ୍ରରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ଗତ ଜୁଲାଇ ୩୧ ତାରିଖ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ମୋଟ ୬୫୨ରେ ପହଞ୍ଚିଥୁଲା ।. ଏହା ପରେ ଅଗଷ୍ଟ ମାସ ସୁଦ୍ଧା ଏହି ସଂଖ୍ୟା | ୩୪୪୨ରେ ପହଞ୍ଚିଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ ଗୁଣା ବୃଦ୍ଧି ପାଇ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୫୭ରେ ପହଞ୍ଚିଲା । ତଥାପି ଅକ୍ଟୋବର ମାସ ପହିଲାଠାରୁ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଉଦ୍ଧ ରହୁଥିବା ନେଇ ଜିଲାବାସୀଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇ ଚାଲିଛି । ଦିନକରେ ପୁଣି ନୂଆ ୧୧୦ ଜଣ ଆକ୍ରାନ୍ତଙ୍କ ସହ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଫଳରେ- ମୟୂରଭଞ୍ଜ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୯୬୪୭ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୮୮୭୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୭୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସହିତ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଥିବା ରାଜ୍ୟସ୍ତରରୁ ପ୍ରକାଶ। ଆକଳନ ଅନୁଯାୟୀ ଜିଲାରେ ଏବେ ସୁସ୍ତଙ୍କୁ ହାର ୯୨.୦୪ ପ୍ରତିଶତ ଥିବା ବେଳେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ହାର ୭.୫୯ ପ୍ରତିଶତ ରହିଛି। ଆଜିର ସୂଚନା ଅନୁଯାୟୀ ଗୋଟିଏ ଦିନରେ ମୟୂରଭଞ୍ଜ ଜିଲାର ସର୍ବାଧୂକ ଚାରି ଜଣ ବ୍ୟକ୍ତି(୪୮, ୫୩, ୫୫ ଓ ୬୫ ବର୍ଷ ବୟସ୍କ ପୁରୁଷ) ଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡିଥିବା ସହିତ ଏପର୍ଯ୍ୟନ୍ତ ଜିଲ୍ଲାର ମୋଟ ମୃତକଙ୍କ ସଂଖ୍ୟା ୩୬ରେ ପହଞ୍ଚିଥିବାର ରାଜ୍ୟ ମୁଖ୍ୟାଳୟ ସୂଚନା ଅନୁଯାୟୀ ପ୍ରକାଶ । କିନ୍ତୁ ବାସ୍ତବରେ ଜିଲ୍ଲାରେ କୋଭିଡ ମୃତକଙ୍କ ସଂଖ୍ୟା ଅଧୁକ ବୋଲି ସାଧାରଣରେ ଦାବି ହେଉଛି । କାରଣ ସ୍ଥାନୀୟ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟୁଥିବା ଆକ୍ରାନ୍ତଙ୍କ ମୃତଦେହକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଉ ନ ଥିଲେ ମଧ୍ୟ ସେହି ମୃତକଙ୍କ ସଂଖ୍ୟାକୁ କାହିଁକି ଜିଲାର ମୃତକଙ୍କ ସଂଖ୍ୟାରେ ସାମିଲ କରାଯାଉ ନ ଥିବା ନେଇ ମଧ୍ୟ ନାନା ପ୍ରଶ୍ନ ଉଠୁଛି । ଏପରିକି ଜିଲାରେ ଥିବା  କାରେଣ୍ଟାଇନ ସେଣ୍ଟର ଓ କୋଭିଡ ହସ୍ପିଟାଲ ବାହାର କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ତାହା ସରକାରୀ ହିସାବକୁ ନିଆଯାଉ ନ ଥିବା ଅଭିଯୋଗ ହେଉଛି । ପ୍ରକାଶଯୋଗ୍ୟ ଯେ ପୂର୍ବରୁ ରାଜ୍ୟର ଗଞ୍ଜାମ ଜିଲ୍ଲାରେ କୋଭିଡ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଅତ୍ୟଧୁକ ଥିବା ବେଳେ ବର୍ତ୍ତମାନ ତାହା କମି ଯାଇଛି । ଏପରିକି ଗଞ୍ଜାମର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ଶହେରୁ କମ୍ ଓ ମୃତକଙ୍କ ସଂଖ୍ୟା ଦୁଇ ଅଙ୍କରୁ କମ୍ ରହିଛି । ଏହିଭଳି ପରିସ୍ଥିତିରେ ମୟୂରଭଞ୍ଜ ଜିଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂପର୍କରେ ସାଧାରଣରେ ନାନା ପ୍ରକାର ଆଲୋଚନା ହେଉଛି । ବର୍ତ୍ତମାନ ମୟୂରଭଞ୍ଜ ଜିଲାରେ କୋଭିଡ ଟେଷ୍ଟର ସଂଖ୍ୟା କମି ଯାଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାରେ କୌଣସି କମ୍ ଆସୁ ନ ଥୁବା ପ୍ରକାଶ । ଏଣୁ ଜିଲାରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ଯୋଜନା ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ବେଳେ ସେଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥୁବା ନେଇ ଜିଲ୍ଲାବାସୀଙ୍କ ପକ୍ଷରୁ ନାନା ଅଭିଯୋଗ ହେଉଛି । ତତ୍ସହିତ ଜିଲାର କୋଭିଡ ହସ୍ପିଟାଲରେ ଆକ୍ରାନ୍ତ ସଠିକ ଚିକିତ୍ସା ପାଉ ନ ଥିବା ସହ ଅବହେଳାର ଶିକାର ହେଉଥିବାର ମଧ୍ୟ ଅଭିଯୋଗ ହେଉଛି । ଏପରିକି ପରିସ୍ଥିତିକୁ ସୁଧାରିବା ପରିବର୍ତ୍ତେ ଦୈନିକ କୋଭିଡ ପରୀକ୍ଷଣଙ୍କ ସଂଖ୍ୟା ପ୍ରକାଶ କରାଯାଉ ନ ଥିବା ବେଳେ କେବଳ ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟା ସଂପର୍କରେ ସୂଚନା ଦିଆଯାଇ ନିଜର । କବ୍ୟର ସଂପାଦନା କରାଯାଉଥିବା କୁହାଯାଉଛି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ଜନସଧାରଣ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିଶେଷ ଗୁରୁତ୍ବ ଦେଉ ନ ଥିବାରୁ ପ୍ରକୃତରେ ସଠିକ ଆକ୍ରାନ୍ତଙ୍କ ସଂଖ୍ୟା ଜାଣିବା ସମ୍ଭବ ହେଉ ନ ଥିବା ସହ ଜିଲାରେ ଗୋଷ୍ଠୀ ସଂକ୍ରମଣ ଯୋଗୁଁ ବାସ୍ତବରେ ପରିସ୍ଥିତି ଭିନ୍ନ  କାରଣ ଗାଁଗହଳି ଅଂଚଳରେ ବହୁ ବ୍ୟକ୍ତି କର, କାଶ ଓ ଛିଙ୍କ ଦ୍ୱାରା ପ୍ରଭାବିତ ହେଉଥିଲେ ମଧ୍ୟ ସଚେତନତା ଅଭାବରୁ ଚିକିତ୍ସା ନ ହୋଇ ପାରି ମୃତ୍ୟୁ ମୁଖରେ ପଡ଼ୁଥିବା କୁହାଯାଉଛି । ଏଣୁ ଏହି ପରିସ୍ଥିତିରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖୁବା ପାଇଁ । ଜିଲାସ୍ତରରେ ବିଶେଷ ଯୋଜନା କରାଯାଇ କମ୍ୟୁନିଟି | ଆଧାରରେ ଯୋଜନା ଗ୍ରହଣ ପାଇଁ ଉଦ୍ୟମ ହେବା ସହ କରୋନାକୁ ପ୍ରତିହତ କରିବା ସକାଶେ ସାହିବସ୍ତି । କମିଟିମାନ ଗଠନ ହେବାର ଆବଶ୍ୟକତା ରହିଛି । କୁ ଏଦିଗରେ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ । ଉଦ୍ୟମ ଆରମ୍ଭ କରିବାକୁ ଦାବି ହେଉଛି ।

Related Posts

About The Author

Add Comment