ଉଦଳା, 26.11.2020 (ଲିଙ୍ଗରାଜ ପଣ୍ଡା)- ପିଲାଙ୍କ ଭବିଷ୍ୟତ ନେଇ ଖେଳ ଚାଲିଛି ପୁଣି ଜାଲ ସାଟିଫିକେଟ ମାଧମରେ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ଉଦଳା ଅଞ୍ଚଳରେ । ପ୍ରକାଶ ଯେ ନୂଆଗାଁ ପଞ୍ଚାୟତର ଫୁଲବାଡ଼ିଆ ଗ୍ରାମର ଶିରିଶ ହାଁସଦା ତାଙ୍କର ପୁଅର ଡିପ୍ଲୋମା ପଢ଼ିବା ପାଇଁ ଉଦଳା କଚେରୀ ପରିସରରେ ଥିବା ମୋହରିରଙ୍କୁ ଇନକମ ଓରେସିଡେନସିଆଲ ସାଟିଫିକେଟ ପାଇଁ ସମସ୍ତ ଆନୁସଙ୍ଗିକ କାଗଜପତ୍ର ଦେଇଥିଲେ । ସାଟିଫିକେଟ ପାଇବା ପରେ ପଢ଼ିବା ପାଇଁ କଲେଜରେ ଆବେଦନ କରିଥିଲା । ଏହି ସାଟିଫିକେଟ କର୍ତ୍ତୁପକ୍ଷ ଯାଞ୍ଚ କରିବା ପରେ ତାହା ଜାଲ ସାର୍ଟିଫିକେଟ୍ ବୋଲି ଜଣାପଡିଥିଲା । ଏଥୁ ନେଇ ଅଭିଭାବକ ଶିରିଶ ତହସିଲଦାର ଙ୍କୁ ଦେଖା କରି ଏବିଷୟରେ ଜଣାଇଥିଲେ । ଯାଞ୍ଚ ପରେ ଏହା ନକଲି ବୋଲି ଜଣାଇବା ପରେ ଶିରିଶ ଉଦଳା ଥାନାରେ ଲିଖୁତ ଅଭିଯୋଗ କରିବା ଘଟଣାଟିର ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାର ସଂପୃକ୍ତି ଥିବା ମୋହରୀର ଖୁଦିରାମ କୁ ଉଦଳା ପୁଲିସ ପକ୍ଷରୁ ପଚରାଉଚରା କରାଯାଇଛି । ଏହି ଘଟଣାରେ ବହୁ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ମଧ୍ୟ ପୁଲିସ ପକ୍ଷରୁ ପ୍ରକାଶ। ଏହି ଘଟଣା କିଛି ନୂଆ ଘଟଣା ନୁହେଁ, ମାଟ୍ରିକଠୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ ସବୁ ସାଟିଫିକେଟ କମ୍ପ୍ୟୁଟର ମାଧ୍ୟମରେ ସହଜଲବ୍ଧ ହୋଇ ପାରୁଛି ଅର୍ଥ ବଳରେ । କିଛି ବର୍ଷ ତଳେ ଉଦଳା କଚେରୀରେ ଜଣେ ବ୍ୟକ୍ତି ଙ୍କୁ ଜାଲ ସାର୍ଟିଫିକେଟ କାରବାର ରେ ସଂପୃକ୍ତି ଥିବା ଅଭିଯୋଗ ପରେ ତାଙ୍କୁ ଦଣ୍ଡ ହୋଇ ବା ର ନଜିର ମଧ୍ୟରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାଲ ସାଟିଫିକେଟ କାରବାର ଏତେ ବଢିଯାଇଛି ନକଲି ସାଟିଫିକେଟ ବଳରେ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ତଥା ଅଧୁକ ମାର୍କର ତଞ୍ଚକତା କରି ଚାକିରି ସବୁ ହାତେଇ ଥିବା ଜଣାପଡିଛି । ଅଧୂକ ନମ୍ବର ଓ ଯୋଗ୍ୟତା ଥିବା ଛାତ୍ର ବେକାର ଅଛନ୍ତି ।


