ଜାଲ ନୋଟ କାରବାର ଅଭିଯୋଗ ଜଣେ ଯୁବକ ଗିରଫ; ୨ ଲକ୍ଷ ୩୦ହଜାର ଜାଲ ନୋଟ ଜବତ

Spread the love

ରାୟଗଡା, ୦୯/୧୧ (ସନ୍ଧାନ ନିୟୁଜ)  ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ସୁନାମୁଦି ସାହି ରୁ ଜାଲ ନୋଟ କାରବାର ଅଭିଯୋଗ ରେ ଦେବ ଜୋହନ ନାୟକ ନାମକ ଜଣେ ଯୁବକ ଗିରଫ । ଯୁବକ ଠାରୁ 115 ଟି 2 ହଜାର ମୋଟ ୨ ଲକ୍ଷ ୩୦ହଜାର ଟଙ୍କା ଜାଲ ନୋଟ ଜବତ କରିଛି ଟିକିରି ପୋଲିସ ।  ଗତ କାଲି ଟିକିରି ପୋଲିସ ବିଶ୍ବସ୍ତ ସୂତ୍ର ରୁ ଖବର ପାଇ ଅଭିଯୁକ୍ତ ଦେବ ଜୋହନ ର ଘର ଉପରେ ଚଢ଼ାଉ କରି ଦୁଇ ହଜାର ଜାଲ ନୋଟ ଗୁଡିକୁ ଜବତ କରିଛନ୍ତି । ଏହି ଘଟଣା ର ଚେର କେତେ ଦୂର ଲମ୍ଭିଛି ତାହା ପୋଲିସ ତଦନ୍ତ କରୁଥିବା ରାୟଗଡ଼ା ଏସପି ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ।

Source- ସାର୍ବନା ବିବେକ ,ଏସପି ରାୟଗଡା

https://www.youtube.com/watch?v=ArblS7p1hCk

Related Posts

About The Author

Add Comment