ବାରିପଦା, ୧୮/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଜାଲ ନୋଟ କାରବାର କରୁଥିବା ୨ ଜଣଙ୍କୁ ବାରିପଦାଟାଉନଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ପଡୋଶୀ ଝାଡଖଣ୍ଡ ରାଜ୍ୟର ପୂର୍ବସିଂହଭୂମଜିଲ୍ଲା ବହଡାଗୋଡା ଥାନା ଅନ୍ତର୍ଗତ ଝରିଆ ଗାଁର ରାଖ ହରି ରଣା(୫୦) ଏବଂ ରାସ ବିହାରୀ ରଣା(୪୫)। ଉଭୟ ଦୁଇ ଭାଇ ହୋଇଥିବା ବେଳେ ସ୍ଵର୍ଗତ ବୈକୁଣ୍ଠନାଥ ରଣାଙ୍କ ପୁଅ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ପୁଲିସ ସେମାନଙ୍କ ଠାରୁ ୧୧୦ଟି ଜାଲି ୫୦୦ଟଙ୍କିଆ ନୋଟ, ୩୦୦ଟି ଜାଲି୧୦୦ଟଙ୍କିଆ ନୋଟ୍, ଗୋଟିଏ ସବୁଜ ରଙ୍ଗର ରେଡିମି ଆଣ୍ଡାଏଡ ମୋବାଇଲ ଫୋନ ଗୋଟିଏ କଳାରଙ୍ଗର ଜି ଓମୋବାଇଲ ଫୋନ ଜବତ କରିଛି । ପୁଲିସ ଏହି ମାମଲାରେ ନିଜ ଆଡୁ ୯୦୬ ନଂ କେସ୍ ରୁଜୁ କରି ସେମାନଙ୍କ ବିରୋଧରେ୪୮୯(ବି),୪୨୦, ୩୪ ଆଇପିସି ରେ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଟାଉନ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ଙ୍କ ଠାରୁ ମିଳିଥିବା ସୂଚନାଅନୁଯାୟୀ ଗତ ୧୬ ତାରିଖ ବୁଧବାର ପାଟ୍ରୋଲିଂ ଚାଲିଥିବା ବେଳେ କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଜାଲ ନୋଟ୍ କାରବାର ନେଇ ଏକ ନିର୍ଭରଯୋଗ୍ୟ ସୂତ୍ର ରୁ ପୁଲିସ ଖବର ପାଇ ଥିଲା ।ଖବର ପାଇ ଏଏସଆଇ ମାନିନୀ ପ୍ରଧାନ, ଏଏସଆଇ ବାସନ୍ତୀ ସିଂ, ଏସଆଇ ରଞ୍ଜନ କୁମାର ବେହେରା କୃଷ୍ଣଚନ୍ଦ୍ର ଗୋଲେଇ ନିକଟକୁ ସଙ୍ଗେ ସଙ୍ଗେ ଯାଇଥିଲେ । ପୁଲିସଗାଡି ଦେଖି ଦୁଇଜଣ ଖସିଯିବାକୁ ଚେଷ୍ଟା କରୁ ଥିବା ବେଳେ ସେମାନଙ୍କୁ ପୁଲିସ ଧରି ପଚରାଉଚରା ପରେ ସେମାନେତାଙ୍କର ପରିଚୟ ଦେବା ସହ ଜାଲ୍ ନୋଟ୍ କାରବାର ସଂପର୍କରେ ସେମାନଙ୍କ ସଂପୃକ୍ତି ବିଷୟରେ ମଧ୍ୟ ସିକାର କରିଥିଲେ । ଏ ନେଇ ମାନି ନୀ ପ୍ରଧାନଙ୍କ ଅଭିଯୋଗମୂଳେ ବାରିପଦା ଟାଉନଥାନାରେ କେସ ରୁଜୁ ହୋଇ ସେମାନଙ୍କ ବିରୋଧରେ ୪୮୯(ବି),୪୨୦, ୩୪ ଭାରତୀୟପିଙ୍ଗଲକୋର୍ଡର ଧାରାରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିକାଯାଇଛି ।
ଜାଲ୍ ନୋଟ୍ କାରବାର: ୨ ଭାଇ ଗିରଫ
|
December 18, 2020 |



