ଜାରି ହେଲା କୋବିଡ଼-୧୯ର ନୂତନ ନିୟମାବଳୀ

Spread the love

ଭଦ୍ରକ, ୧୪/୦୭/୨୦ (ସନ୍ଧାନ ନିଉଜ) : ରାଜ୍ୟ ସରକାର କୋବିଡ଼ – ୧୯ର ନୂତନ ନିୟମାବଳୀ ଜାରି କରିଛନ୍ତି । ଏହାକୁ ଜିଲ୍ଲାପାଳ ଭଦ୍ରକ ଜିଲ୍ଲାରେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡ. ଦାସ ସୂଚନା ଦେବା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବ୍ଲକ ସ୍ତରର ଅôଧକାରୀ, ସରପଞ୍ଚମାନେ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି କେତେକ ପଞ୍ଚାୟତରେ ସରପଞ୍ଚ, କେନ୍ଦ୍ର ଅଧିକାରୀମାନେ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କୁ ଅବଧି ପୂରଣ ପୂର୍ବରୁ ଘରକୁ ଛାଡିଦେଉଥିବା ଅଭିଯୋଗର ଆଲୋଚନା କରିବା ସହ ସରପଞ୍ଚ ଓ ସଂପୃକ୍ତ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ଗ୍ରାମାଞ୍ଚଳରେ ଯେଉଁମାନେ ଗୃହ ସଂଗରୋଧରେ ରହିବାକୁ ଯୋଗ୍ୟ ସେମାନଙ୍କୁ ତାଙ୍କ ଗୃହରେ ଆବଶ୍ୟକ ସୁବିଧା ଯଥା ପୃଥକ କୋଠରୀ, ପୃଥକ ଶୌଚାଳୟ ଓ ଆନୁସଂଗିକ ସୁବିଧା ନ ଥିଲେ ମଧ୍ୟ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଅନୁମତି ଦେଉଥିବାରୁ ଜିଲ୍ଲାପାଳ ଡ. ଦାସ ଉଦ୍‌ବେଗ ପ୍ରକଟ କରିଥିଲେ । ପୁଣି କେତେକ ସଂଗରୋଧ କେନ୍ଦ୍ରର ଅନ୍ତେବାସୀ ସଂଗରୋଧରେ ଥାଇ ବାହାରେ ବୁଲୁଥିବାର ଅଭିଯୋଗ ଆସୁଥିବା କଥା ଜିଲ୍ଲାପାଳ ପ୍ରକାଶ କରିବା ସହ ଏହାର ପନରାବୃତ୍ତି ନ ହେବାକୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ରାଜ୍ୟ ସରକାର ପ୍ରଣୟନ କରିଥିବା ନୂତନ ଗାଇଡ ଲାଇନ ବିଷୟରେ କହିବାକୁ ଯାଇ ସୂଚନା ଦେଇଥିଲେ ଯେ ଏଣିକି ଗ୍ରାମାଞ୍ଚଳରରେ ପ୍ରତି ବ୍ଲକରେ ଓ ସହରାଞ୍ଚଳରେ ପ୍ରତି ୱାର୍ଡରେ କୋବିଡ଼ କେୟାର ହୋମ୍ (ସିସିଏଚ୍‌) ପ୍ରତିଷ୍ଠା କରାଯିବ । ଏହା ୨୦ରୁ କମ୍ ଶଯ୍ୟା ବିଶିଷ୍ଟ ହେବ ।

Related Posts

About The Author

Add Comment