ଧର୍ମଶାଳା/୦୩/୦୯/ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଜରକା ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଦୁର୍ଘଟଣା ।ସେଠାରେ ଥିବା ଜଗନ୍ନାଥ କ୍ଲଥଷ୍ଟୋର ସମ୍ମୁଖରେ ଏକ ଟିପର ବୋଝେଇ ହାଇୱା ରାସ୍ତା କଡରେ ଥିବା ଡ୍ରେନେରେ ପଶିଯାଇ ଓଲଟି ପଡ଼ିବା ଫଳରେ ଜଣେ ଯୁବକ ଗାଡ଼ିର ଚକା ତଳେ ଚାପି ହୋଇ ରହିଯାଇଥିଲା । ଖବର ପାଇ ଧର୍ମଶାଳା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଥିଲେ ଓ ସଙ୍ଗେ ସଙ୍ଗେ ଦୁଇଟି ହିଟାଜି ମେସିନ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ନିକଟସ୍ଥ ଥାନୁଆଳି ଗ୍ରାମର ସନ୍ତୋଷ କୁମାର ଓଝା ବୋଲି ଜଣାଯାଇଛି ।ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଜାରକା ବଜାର ଠାରେ ହାଇୱା ଧକ୍କାରେ ଯୁବକ ଗୁରୁତର, ଆହ
|
September 2, 2021 |
