ଧର୍ମଶାଳା,(ସନ୍ଧାନ ନିୟୁଜ/ମାନସ ରାଉତ): ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘର ଜାରକା ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜାରକା ସ୍କୁଲ ଠାରେ ଅନୁଷ୍ଠିତ ସଭାରେ ଏଆଇୟୁଟିୟୁସି ଯାଜପୁର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ । ପାଚିକା ସହାୟିକାଙ୍କୁ ୪ର୍ଥ ଶ୍ରେଣୀର ମାନ୍ୟତା,ସର୍ବନିମ୍ନ ମଜୁରୀ ମାସିକ ୨୧ହଜାର ଟଙ୍କା ପ୍ରଦାନ କରିବା, ବାଦ ପଡିଥିବା ପାଚିକାଙ୍କୁ ଅନ୍ୟତ୍ର ନିଯୁକ୍ତି, ୬୦ ବର୍ଷ ପରେ ପେନ୍ସନ ଲାଗୁ କରିବା, ୨୮ ମାସର ବର୍ଦ୍ଧିତ ବକେୟା ଦରମା ଆଦି ପ୍ରମୁଖ ୧୧ ଦଫା ଦାବିର ଏକ ଚିଠା ପ୍ରସ୍ତାବ ରେଣୁବାଳା ପାଳ ଆଗତ କରାଯାଇଥିଲା । ରାଜ୍ୟ ସଂଘ ନେତା ରାଜକିଶୋର ମଲିକ, ମଧୁସ୍ମିତା ସାହୁ, ପ୍ରଶାନ୍ତ ସ୍ୱାଇଁ, ପ୍ରଭାତି ମଲିକ, ରଶ୍ମିତା ମଲିକ, ଶୈଳ ସାହୁ ଓ ସ୍ମିତାରାଣୀ ସାହୁ ପ୍ରମୁଖ ପାଚିକା ସହାୟିକାମାନଙ୍କ ସମସ୍ୟା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ଏଆଇୟୁଟିୟୁସ ପକ୍ଷରୁ ଡିସେମ୍ବର ୧୪ ଓ ୧୫ରେ ରାଜ୍ୟ ସମ୍ମିଳନୀ ଯାଜପୁର ରୋଡରେ ଏବଂ ଆସନ୍ତା ବର୍ଷ ଫେବୃଆରୀ୧୩ରୁ ୧୫ ସର୍ବଭାରତୀୟ ସମ୍ମିଳନୀ ଝାଡଖଣ୍ଡରେ ଅନୁଷ୍ଠିତ ହେବ ବୋଲି ସମ୍ମିଳନୀରେ ଶ୍ରୀ ମଲିକ ସୂଚନା ଦେଇଥିଲେ । ବ୍ଲକ ସଭାପତି ସଭାନେତ୍ରୀ ମୀନତି ଦାସ ଓ ସମ୍ପାଦିକା ସ୍ମିତାରାଣୀ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହୀରା ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।
ଜାରକା ଠାରେ ପାଚିକା ସହାୟିକା ସଂଘର ଆଞ୍ଚଳିକ ସମ୍ମିଳନୀ
|
November 5, 2019 |
![](https://sandhannews.com/wp-content/uploads/2019/11/IMG-20191103-WA0052.jpg)