ଧର୍ମଶାଳା: ୮/୯ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଏବଂ ଜାରକା ପାଣ୍ଡି ଅଂଚଳରେ ଏବେ ଅସାମାଜିକ କାର୍ଯ୍ୟକ୍ରଳାପ ବୃଦ୍ଧିପାଇବାରେ ଲାଗିଛି । ନିକଟରେ କୁମାରୀ ଗ୍ରାମରେ ଚୋର ଲୁଟେରାଙ୍କ ପାଦୃଭାବ ପରେ ଚେଇଁ ଉଠିଥିଲା ପୋଲିସ ବିଭାଗ । ମାତ୍ର ପୁଣି ଯେସାକୁ ତେସା ନିତିରେ ଚାଲିଛି । ଦିନ ଦିପ୍ରହରରେ ମଦପ୍ୟ କିମ୍ରିନାଲ, ଜେଲ୍ ଫେରନ୍ତା କିମ୍ରିନାଲ ମାନେ ବୁଲିବା ସହିତ ସାଧରଣ ଜନତାଙ୍କୁ ହଇରାଣ ହରକତ କରୁଛନ୍ତି । ଏପରକି ଝିଅ ବୋହୁ କିଛି ପରକ ଆସୁନି । ଖାଲି ସେତିକି ନୁହେଁ ଏମାନେ ଗୁଣ୍ଡାଗର୍ଦ୍ଧି ଭଳି କାର୍ଯ୍ୟ କରି ସାଧରଣ ଲୋକଙ୍କ ମାଡପିଟ କରି ଲୁଟିବା ଭଳି କାମ କରୁଛନ୍ତି । ଖରାବେଳ ପୋଲିସର ପ୍ରେଟୋଲିଂଙ୍ଗ ନହେବା କାରଣଣୁ ଏସବୁ ହେବା ସହତ ରାତିରେ ଏସୁବୁ ସୀମାପାର ହେଇଯାଉଛି । ଜୌନିକ ୱବେ ମିଡିଆର ପ୍ରତିନିଧିଙ୍କୁ ଆଜି ଜଣେ ଜେଲ ପେରନ୍ତା ଆସାମୀ ଧମକ ଦେଇଥିବା ସହିତ ମାରପିଟ କରି ମନିପର୍ସ ଲୁଟିନେଇଥିବା ଜଣାଯାଇଛି । ଏହି ବିଷୟରେ ଜଣେ ସ୍ୱଚ୍ଛାସେବୀ ଜାରକା ପାଣ୍ଡିକୁ ଖବର ଦେଇଥିବା ବେଳେ ପାଣ୍ଡିବାବୁ ମାନେ ଘଟଣାସ୍ଥଳକୁ ତୁରନ୍ତ ନଆାସିବାରୁ ଉତ୍ଥେଜନା ଅଧିକ ବଢ଼ିବା ସହିତ ସାଧରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତୁରନ୍ତ ଏହି ଆସାମୀ ମାନଙ୍କ ଗିରଫ କରିବା ସହିତ ସେମାନଙ୍କୁ ମାନ୍ୟବର କୋର୍ଟ ବେଲ ପ୍ରଦାନ ନକରିବାକୁ ଅଂଳଚର ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।
ଜାରକାରେ ବୃଦ୍ଧି ପାଉଛି ଅସମାଜିକ କାର୍ଯ୍ୟକଳାପ; ଦିନ ଦିପ୍ରହରେ ରାସ୍ତାଘାଟରେ ମଦପ୍ୟଙ୍କ ଆଶାଳୀନ ଭାଷା ପ୍ରୟୋଗ ଏବଂ ଗୁଣ୍ଡାଗର୍ଦ୍ଧି
|
September 8, 2019 |