ଜାରକାରେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରୀୟ ଆଲୋଚନା

Spread the love

ଧର୍ମଶାଳା: ୦୧/୦୯ (ଆ.ପ୍ର) –

ଧର୍ମଶାଳା ବ୍ଲକ ଜାରକ ବଜାରରେ ବିପର୍ଯ୍ୟୟ ହୋଇ ପଡିଥିବା ଡ୍ରେନେଜ ସମସ୍ୟା ସମାଧାନ ପାଇଁ ଆଜି ପ୍ରଶାସନ ସ୍ତରୀୟ ଆଲୋଚନା ହୋଇ ଯାଇଛି । ୧୬ ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ବଜାରର ଉଭୟ ପାର୍ଶ୍ଵରେ ଥିବା ଡ୍ରେନ ଗୁଡିକ ଭାଙ୍ଗିଯିବା ସହ ଅନେକ ସ୍ଥାନରେ ପୋତି ହୋଇ ପଡିରହିଛି । ଫଳରେ ବର୍ଷା ଜଳର ନିଷ୍କାସନ ହୋଇନ ପାରି ଦୁର୍ଗନ୍ଧ ହେବ ସହିତ ନର୍ଦମା ପାଣି ଦୋକାନ ଓ ଲୋକଙ୍କ ଘରେ ପଶି ଯାଇଛି । ଏନେଇ ଅଞ୍ଚଳ ବାସୀ ପ୍ରତିବାଦ କରିବାରୁ ଆଜି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବିପ୍ରସନ୍ନ ମହାନ୍ତି ଜାରକା ବଜାରରେ ପହଞ୍ଚି ଏ ସମ୍ପର୍କରେ ଅବଗତ ହୋଇଥିଲେ । ପରେ ଜାତୀୟ ରାଜପଥ ସଂପ୍ରସାରଣ କରୁଥିବା ଠିକା ସଂସ୍ଥାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ଶର୍ମା, ଇଂ. ମିର୍ଦ୍ଧୁଳ ଶ୍ରୀବାସ୍ତବ, ଓ ବ୍ଲକର ସହକାରୀ ଜନ୍ତ୍ରୀ ପ୍ରଭାତ କୁମାର ଦେଓଙ୍କୁ ଡକାଇ ଡ୍ରେନେଜ ସମସ୍ୟା ସମ୍ପର୍କରେ ସମାଧାନ କରିବା ପାଇଁ ବିଚାର ବିମର୍ଶ କରିଥିଲେ । ଜାରକା ବଜାରରୁ ବର୍ଷା ଜଳ ନିଷ୍କାସନ ନେଇ ପ୍ରଶାସନ, ବଜାର କମିଟି କର୍ମକର୍ତା, ଏନ.ଏଚ।ଆଇ. କର୍ତୃପକ୍ଷ, ଧର୍ମଶାଳା ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଶାନ ପଣ୍ଡା, ଯୁବ ନେତା ଅକ୍ଷୟ କୁମାର ନାୟକ, ସମ୍ବାଦିକ ଅଖିଳ କୁମାର ସ୍ଵାଇଁ, କୃଷକ ନେତା ବସନ୍ତ କୁମାର ପରିଡା, ବ୍ୟବସାୟୀ ରାଜ କୁମାର ଶତପଥୀ, ସୁଧାକର ରାଉତ, ପ୍ରମୁଖ ବିପର୍ଯଷ୍ଟ ଡ୍ରେନେଜ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପ୍ରକାଶ ଥାଉ କି ଜାତୀୟ ରାଜପଥକୁ ଚାରି ଥାକୀଆ କରାଯିବା ସମୟରେ ବର୍ଷାଜଳ ନିଷ୍କାସନ ପାଇଁ ବଜାରର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରଯାଇଥିଲା । ତେବେ ନିର୍ମାଣ ଜନିତ ବ୍ୟାପକ ତ୍ରୁଟି ପାଇଁ ଡ୍ରେନର ବର୍ଷାଜଳ ନିଷ୍କାସନ ହୋଇ ପାରିଲା ନାହି । ଫଳରେ ଡ୍ରେନ ପାର୍ଶ୍ଵରେ ଥିବା ଦୋକାନ ଗୁଡିକରେ ପାଣି ପଶିଯିବା ସହ ରାସ୍ତାରେ ବର୍ଷାଜଳ ଲହରୀ ଭାଙ୍ଗୁଛି । ଏବେ ପୁଣି ଜାତୀୟ ରାଜପଥକୁ ୬ ଥାକୀୟା କରାଯାଉଥିବା ବେଳେ ପୁରୁଣା ଡ୍ରେନକୁ ଯୋଡା ଯାଇ ନୂତନ ଭାବେ ଡ୍ରେନ ନିର୍ମାଣ କରାଯାଉଛି । ଏପଟେ ଏହି ଡ୍ରେନରେ କେବଳ ରାଜପଥର ଜଳ ନିଷ୍କାସନ ହେବାର ବ୍ୟବସ୍ଥା କରାଯାଇଥିବାରୁ ଉଭୟ ବଜାରର କର୍ମକର୍ତା ଏହାକୁ ବିରୋଧ କରିଥିଲେ । ଲୋକମାନେ କାମ ବନ୍ଦ କରିବା ସହ ଏ ସମ୍ପର୍କରେ ତହସିଲଦାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ। ପ୍ରଶାସନର ଆଲୋଚନା ପରେ ବଜାର ଅଞ୍ଚଳ ଓ ଜାତୀୟ ରାଜପଥ ଉଦ୍ବୃତ ବର୍ଷାଜଳ କିପରି ସୂଚାରୁ ରୂପେ ନିଷ୍କାସନ ହୋଇପାରିବ ତାକୁ ଲକ୍ଷ ରାଖୀ ଡ୍ରେନ ନିର୍ମାଣ ପାଇଁ ତହସିଲଦାର ଶ୍ରୀ ପଣ୍ଡା ଠିକା ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି ।

Related Posts

About The Author

Add Comment