ସୁନ୍ଦରଗଡ଼ ତା:୨୮/୨/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବାକି ସଙ୍କରା ବ୍ଲକ କରେଇ ପଞ୍ଚାୟତରେ ଥିବା ଜାମଦରହ୍ ଅଞ୍ଚଳରେ ଏକ ଗିର୍ଜା ଘରର ଉନ୍ନତିକରଣ କାର୍ଯ୍ୟରେ ଅର୍ଥ ହେରଫେର ବା ଟଙ୍କା ହଡ଼ପ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହୋଇଛି । ଧର୍ମାନୁଷ୍ଠାନର ବିକାଶ ନାଁରେ ଚାଲିଛି ଅର୍ଥର ମହାଲୁଟ୍ । ସୁନ୍ଦରଗଡ଼ ଜିଲ୍ଲାର ଜାମଦରହ୍ ଅଞ୍ଚଳରେ ଏକ ଗିର୍ଜା ଘରର ଉନ୍ନତିକରଣ ପାଇଁ ଆସିଥିବା ସରକାରୀ ଅନୁଦାନକୁ ହଡ଼ପ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ବିକାଶ କାମ ଶେଷ ହେବା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇଥିବା ନେଇ ସ୍ଥାନୀୟ ଲୋକେ ଏବେ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଅନୁସାରେ, ଏହି ଗିର୍ଜା ଘରର ସୌନ୍ଦର୍ଯ୍ୟକରଣ ଏବଂ ପାଚେରୀ ନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିଲା । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ନିମ୍ନମାନର କାମ କରାଯାଇଥିବା ବେଳେ ଅନେକ କାମ କାଗଜପତ୍ରରେ ହିଁ ସୀମିତ ରହିଛି । କମିଟିର କିଛି ସଦସ୍ୟ ଓ ସ୍ଥାନୀୟ ପ୍ରଶାସନିକ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ସନ୍ଦେହ କରାଯାଉଛି । ଅନୁଦାନ ରାଶି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠିରୁ ଅନୁଦାନ ଆସିଥିଲା । ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେବା ସହିତ କାର୍ଯ୍ୟ ସମ୍ପୂର୍ଣ୍ଣ ବିନା ବିଲ ପାରିତ୍ ହୋଇଥିବା ସନ୍ଦେହ ।ଏହି ମାମଲାରେ ଏବେ ଯାଏଁ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଜାମଦରହ୍ବାସୀ ଏବେ ନ୍ୟାୟ ଅପେକ୍ଷାରେ । ଓଡ଼ିଶାରେ ସମ୍ପ୍ରତି ବିଭିନ୍ନ ଧର୍ମାନୁଷ୍ଠାନ ଓ ଗୋଷ୍ଠୀ କେନ୍ଦ୍ରର ଉନ୍ନତିକରଣରେ ଦୁର୍ନୀତି ନେଇ ଅନେକ ଖବର ସାମ୍ନାକୁ ଆସୁଛି, ଯେଉଁଥିରେ ଓଡ଼ିଶା ଭିଜିଲାନ୍ସ ବିଭାଗ କ୍ରମାଗତ ଭାବେ ଚଢ଼ାଉ ଜାରି ରଖିଛି ।ଦେଖିବାକୁ ବାକି ରହିଲା ଏହାର ସତ୍ୟାସତ୍ୟ କେବେ ସାମ୍ନାକୁ ଆସିବ ।
ଜାମଦରହ୍ ଗିର୍ଜା ଉନ୍ନତିକରଣରେ ମହାଘୋଟାଲା
|
February 28, 2026 |



